ରାଞ୍ଚି: ଶ୍ରମିକଙ୍କୁ ରୋଜଗାର ଦେବାକୁ ଝାଡଖଣ୍ଡ ସରକାରଙ୍କ ରୋଡମ୍ୟାପ ପ୍ରସ୍ତୁତି । ଲକଡାଉନ ସମୟରେ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ କାମ ଯୋଗାଇବେ ସରକାର । ମନେରେଗା ଆକ୍ଟ 2005 ଅନୁସାରେ, ବିର୍ସା ହରିଟ୍ ଗ୍ରାମ ଯୋଗ, ନୀଲାମ୍ବର ପିତାମ୍ବର ଜଳ ସମୃଦ୍ଧି ଯୋଜନା ଏବଂ ପୋଟୋ ହୋ ଖେଲ ବିକାଶ ଯୋଜନା ମାଧ୍ୟମରେ ଏମାନଙ୍କୁ କାମ ଯୋଗାଇ ଦିଆଯିବ । ଏଥିପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
ବିର୍ସା ହରିତ ଯୋଜନା ଅଧୀନରେ 2 ଲକ୍ଷ ଏକରରୁ ଅଧିକ ଜମିରେ ବୃକ୍ଷରୋପଣ କରାଯିବ । ଯେଉଁଥରେ ପାଖାପାଖି 5 ଲକ୍ଷ ପରିବାର ଉପକୃତ ହେବେ । ତେବେ ଏହି ବୃକ୍ଷ ରୋପଣ ଉଭୟ ସରକାରୀ ଓ ବେସରକାରୀ ଜମିରେ କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।