ରାଞ୍ଚି: ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମହାମାରୀ କୋରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ସତର୍କତା ମୂଳକ ପଦକ୍ଷେପ ଉପରେ ସମୀକ୍ଷା କରାଯାଇଛି ।
କୋରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ ସମୀକ୍ଷା କଲେ ଝାଡଖଣ୍ଡ ରାଜ୍ୟପାଳ - ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମହାମାରୀ କୋରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ସତର୍କତା ମୂଳକ ପଦକ୍ଷେପ ଉପରେ ସମୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...
ମହାମାରୀ କୋରୋନାର ସଂକ୍ରମଣ ରୋକିବା ପାଇଁ ସରକାର ପଦକ୍ଷେପ କଣ ରହିଛି ତାହା ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଛି । ଏହି ବୈଠକେର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତିତ ସରକାରଙ୍କ ମୁଖ୍ୟ ସଚିବ,ପୋଲିସ ଡିଜିପି, ଅନ୍ୟାନ୍ୟ ମନ୍ତ୍ରୀ ଓ ସଚିବ ବୈଠକରେ ସାମିଲ ହୋଇଥିଲେ । ରଜ୍ୟରେ ମହାମାରୀ କୋରୋନାକୁ ନେଇ ଲୋକଙ୍କ ଉପରେ ନିଆଯାଇଥିବା ସତର୍କତା ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି ।
ସାରା ଭାରତରେ ମହାମାରୀ କୋରୋନା ଦିନକୁ ଦିନ ଉଦବେଗଜନକ ଭାବରେ ବୃଦ୍ଧି ପାଉଛି । ଝାଡଖଣ୍ଡରେ କୋରୋନା ପଜେଟିଭ ଭାବରେ 3ଜଣଙ୍କୁ ଚିହ୍ନଟ କରାଯାଇଛି । ସାରା ଭାରତରେ କରୋନା ବର୍ତ୍ତମାନ ପର୍ଯ୍ୟନ୍ତ 4067 ପଜେଟିଭ ଥିବାବେଳେ 109 ଜଣ ମୃତ୍ୟୁବରଣ କରିଛନ୍ତି ।