ଓଡିଶା

odisha

ETV Bharat / bharat

ରାଜସ୍ଥାନ ପରେ ଝାଡଖଣ୍ଡ କଂଗ୍ରେସରେ ଫାଟ ! - ରାଜସ୍ଥାନ କଂଗ୍ରେସରେ ଫାଟ

ଜଣେ ବ୍ୟକ୍ତି ଯେକୌଣସି ଗୋଟିଏ ପଦବୀ ଫର୍ମୁଲା ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ଝାଡଖଣ୍ଡ କଂଗ୍ରେସରେ କୋହଳ ସୃଷ୍ଟି ହେଉଥିବା କୁହାଯାଉଛି । ଏନେଇ ଦଳର କାର୍ଯ୍ୟକାରିଣୀ ସଭାପତି ଇରଫାନ୍ ଶେଖଙ୍କ ସମେତ ଝାଡଖଣ୍ଡର ତିନିଜଣ ବିଧାୟକ ମଙ୍ଗଳବାର ନୂଆଦିଲ୍ଲୀରେ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ ଭେଟିଥିଲେ ।

ରାଜସ୍ଥାନ ପରେ ଝାଡଖଣ୍ଡ କଂଗ୍ରେସରେ ଫାଟ !
ରାଜସ୍ଥାନ ପରେ ଝାଡଖଣ୍ଡ କଂଗ୍ରେସରେ ଫାଟ !

By

Published : Jul 31, 2020, 1:57 PM IST

ରାଞ୍ଚି: ରାଜସ୍ଥାନ ପରେ ଏବେ ଝାଡଖଣ୍ଡ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ରାଜସ୍ଥାନ ପରେ ଝାଡଖଣ୍ଡ କଂଗ୍ରେସରେ ସମସ୍ୟା ଉପୁଜିଥିବା ଜଣାପଡିଛି। ଜଣେ ବ୍ୟକ୍ତି ଯେକୌଣସି ଗୋଟିଏ ପଦବୀ ଫର୍ମୁଲା ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସରେ କୋହଳ ସୃଷ୍ଟି ହେଉଥିବା କୁହାଯାଉଛି । ତେବେ ଏନେଇ ଦଳର କାର୍ଯ୍ୟକାରିଣୀ ସଭାପତି ଇରଫାନ୍ ଶେଖଙ୍କ ସମେତ ଝାଡଖଣ୍ଡର ତିନିଜଣ ବିଧାୟକ ମଙ୍ଗଳବାର ନୂଆଦିଲ୍ଲୀରେ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ ଭେଟିଥିଲେ ।

ସୂଚନା ମୁତାବକ, ଶେଖ ବିଧାୟକ ରାଜେଶ କଚ୍ଚାପ ଏବଂ ଉମାଶଙ୍କର ଆକେଲା ସହ ପଟେଲଙ୍କୁ ଭେଟିଥିଲେ । ସରକାରଙ୍କ ଦଳର ପ୍ରତିନିଧୀ ସେମାନଙ୍କ ଅଭିଯୋଗ ଶୁଣୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ରମେଶ୍ୱର ଓରାଓନ୍ ମଧ୍ୟ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବେଳେ ସେ ବିଧାୟକଙ୍କ ସମସ୍ୟା ତଥା ଚିନ୍ତାଧାରା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ସେମାନେ କହିଛନ୍ତି । ବିଧାୟକଙ୍କ ଦ୍ବାରା ଉଠାଯାଇଥିବା ଅନ୍ୟ ଏକ ପ୍ରସଙ୍ଗ ହେଉଛି, ରାଜ୍ୟରେ ଜଣେ ବ୍ୟକ୍ତି ଯେକୌଣସି ଗୋଟିଏ ପଦବୀର ଫର୍ମୁଲା । ଉଭୟ ଓରାଓନ୍ ଏବଂ କଂଗ୍ରେସ ବିଧାନସଭା ଦଳର ନେତା ଆଲାମଗିର ଆଲାମ କଂଗ୍ରେସ କୋଟାରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି ।

ତେବେ ପଟେଲ ବିଧାୟକମାନଙ୍କୁ ରାଜ୍ୟ ଦଳର ଦାୟିତ୍ୱରେ ଥିବା ଆରପିଏନ ସିଂଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ କଂଗ୍ରେସ ବିଧାନସଭା ଦଳର ନେତା ଆଲୋକ ଦୁବେ ପାର୍ଟିରେ ବିବାଦ ଦେଖାଦେଇଥିବା ସମସ୍ତ ଖବରକୁ ଅସ୍ୱୀକାର କରିଥିଲେ। ଦଳରେ କୌଣସି ମତଭେଦ କିମ୍ବା ବିବାଦ ନାହିଁ ବୋଲି ସେ କହିଛନ୍ତି । ଯେହେତୁ ଦିଲ୍ଲୀ ଆମର ମୁଖ୍ୟ କାର୍ଯ୍ୟାଳୟ, ତେଣୁ ନେତାମାନେ ସେଠାକୁ ଯାଇ କିଛି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଠିକ ଭାବରେ ଚାଲିଛି। ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details