ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଟିକେଟ ବଣ୍ଟନକୁ ନେଇ ଶାହଙ୍କୁ ଭେଟିଲେ ରଘୁବର - ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ

ଚଳିତ ମାସ ଶେଷ ଆଡକୁ ହେବାକୁ ଯାଉଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ପ୍ରଦାନ କରିବା ପ୍ରସଙ୍ଗରେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା ରଘୁବର ଦାସ ଏବଂ ଦଳର ଅନ୍ୟ ନେତୃବୃନ୍ଦ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

By

Published : Nov 8, 2019, 10:06 AM IST

ହାଇଦ୍ରାବାଦ: ଚଳିତ ମାସ ଶେଷ ଆଡକୁ ହେବାକୁ ଯାଉଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ଉଭୟ ଶାସକ ଏବଂ ବିରୋଧି ଦଳ । ଦଳୀୟ ଟିକେଟ ବଣ୍ଟନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦଳର କ୍ୟାମ୍ପ । ଦଳୀୟ ଟିକେଟ ହାତେଇବାକୁ ନେଇ ଆଶ ଆଶଙ୍କା ମଧ୍ୟରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ।

ଏହି ପରିପ୍ରେକ୍ଷୀରେ କ୍ରମରେ ଝାଡଖଣ୍ଡରେ କ୍ଷମତାସୀନ ଶାସକ ବିଜେପିରୁ ନିର୍ବାଚନ ଲଢିବାକୁ ଯାଉଥିବା ଆଶାୟୀ ପ୍ରାର୍ଥୀଙ୍କୁ, ଟିକେଟ ବଣ୍ଟନ କରିବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି ଦଳୀୟ ମୁଖ୍ୟମନ୍ତ୍ରୀ ଚେହେରା ରଘୁବର ଦାସ ଏବଂ ଦଳର ଅନ୍ୟ ନେତୃବୃନ୍ଦ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ରଘୁବର ଦାସ, ଝାଡଖଣ୍ଡ ରାଜ୍ୟ ବିଜେପି ଶାଖା ସଭାପତି ଲକ୍ଷ୍ମଣ ଗିଲୁଆ, ନିର୍ବାଚନ ପର୍ଯ୍ୟବେକ୍ଷକ ଓପି ମାଥୁର ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥରର ନିର୍ବଚନରେ ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରୁ ଅନୂନ୍ୟ 5 ରୁ 15 ଜଣ ଆଶାୟୀ ଥିବା ଜଣାପଡିଛି । ଟିକେଟ କାହାକୁ ମିଳିବ ସେ ନେଇ ସମସ୍ତ ପ୍ରାର୍ଥୀଙ୍କ ତଥ୍ୟ ସହିତ ଆଲୋଚନା ହୋଇଛି । ଦଳୀୟ ଆଧାରରେ ଟିକେଟ ବଣ୍ଟନ କରିବାକୁ କାର୍ଯ୍ୟକାରୀ କରାଯିବ ।

ଏ ବୈଠକ ପୂର୍ବରୁ ଦଳର ଗୋଷ୍ଠୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କିଏ ହେବ ସେଥିପାଇଁ ଝାଡଖଣ୍ଡରୁ ନିର୍ବାଚିତ ହୋଇଥିବା ଦଳର ଲୋକସଭା ସାଂସଦ ମଧ୍ୟ ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି । ଟିକେଟ ବଣ୍ଟନ କରିବା ପ୍ରସଙ୍ଗରେ ମତ ରଖି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ବ୍ଲକ ଏବଂ ଜିଲ୍ଲା ସ୍ତରର ନେତା ଓ କର୍ମକର୍ତ୍ତାଙ୍କ ନାମ ଅଧ୍ୟକ୍ଷଙ୍କୁ ଦିଆଯାଇଛି । ମୋଟ 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 30ରୁ ଡିସେମ୍ବର 20 ମଧ୍ୟରେ ଅନୁଷ୍ଠିତ ହେବ ।

ABOUT THE AUTHOR

...view details