ବାରଣାସୀ: ଶୁକ୍ରବାର ନିଜ 14ତମ ବିବାହ ବାର୍ଷିକ ପାଳନ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏହି ଅବସରରେ ସେ ସନ୍ଧ୍ୟାରେ ନିଜ ପତ୍ନୀ ଓ ଦୁଇ ପୁଅଙ୍କ ସହ ଧର୍ମନଗରୀ ବାରଣାସୀ ଗସ୍ତ କରିଥିଲେ । ଏକ ସ୍ବତନ୍ତ୍ର ବିମାନ ଯୋଗେ ନିଜ ପରିବାର ସହ ଲାଲବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସେ ଏକ ପଞ୍ଚ ତାରକାର ହୋଟେଲ ଯାଇଥିଲେ । ଯେଉଁଠାରେ କିଛି ସମୟ ବିଶ୍ରାମ ନେବା ପରେ ପରିବାର ସହ ଦଶ୍ବାସମେଧ ଘାଟ ଯାଇ ପ୍ରତିଦିନ ହେଉଥିବା ଗଙ୍ଗା ଆଳତୀରେ ସାମିଲ ହୋଇଥିଲେ ।
ବାରଣାସୀରେ 14ତମ ବିବାହ ବାର୍ଷିକୀ ପାଳିଲେ ହେମନ୍ତ - 14ତମ ବିବାହ ବାର୍ଷିକୀ ପାଳିଲେ ହେମନ୍ତ ସୋରେନ
ବାରଣାସୀରେ ନିଜ 14ତମ ବିବାହ ବାର୍ଷିକୀ ପାଳିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିଜ ପରିବାର ସହ ଦଶ୍ବାସମେଧ ଘାଟରେ ଗଙ୍ଗା ଆଳିତୀରେ ସାମିଲ ହୋଇ ଦେସବାସୀଙ୍କ ଶାନ୍ତି ଓ ସମୃଦ୍ଧିର କାମନା କରିଥିଲେ । ଅଧିକ ପଢନ୍ତୁ..
ବାରଣାସୀରେ 14ତମ ବିବାହ ବାର୍ଷିକୀ ପାଳିଲେ ହେମନ୍ତ
ସେଠାରେ ସେ ପରିବାର ସହ ଗଙ୍ଗା ଆଳତୀ ଦେଖିବା ସହ ସାରା ଦେଶ ଏବଂ ଝାଡଖଣ୍ଡବାସୀଙ୍କ ଶାନ୍ତି ଓ ସମୃଦ୍ଧିର କାମନା କରିଥିଲେ । ଗଙ୍ଗା ଆଳତୀ ସମୟରେ ହେମନ୍ତ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ସେ ନିଜ ପରିବାର ସହ ସେଲଫି ନେଉଥିବାର ମଧ୍ୟ ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ