ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମାତ୍ର 5 ଆସନରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟରେ 5 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅଧିକ ପଢନ୍ତୁ...

By

Published : Nov 10, 2019, 7:42 PM IST

ଡିଜାଇନ ଫଟୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟରେ 5 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାମେଶ୍ବର ଉର୍ଣ୍ଣାବ ଲୋହରଦଗା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ।

ଫଟୋ ସୌଜନ୍ୟ: ଏଏନଆଇ


ରବିବାର ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରେସ ରିଲିଜ କରି ଏହି ତାଲିକା ପ୍ରକାଶ କରିଛି । 81ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଦଳ ମାତ୍ର 5ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେହିପରି ଅନ୍ୟପଟେ ରବିବାର 81ଟି ଆସନରୁ ବିଜେପି 52ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।


ଏଠାରେ ସୂଚନା ଯୋଗ୍ୟ ଯେ ନଭେମ୍ବର 1 ତାରିଖରେ ଝାଡଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ। ନେଇ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡ଼ା ଘୋଷଣା କରିଥିଲେ । ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୧୨, ୪ର୍ଥ ପର୍ଯ୍ୟାୟ ପାଇଁ ୧୬ ଓ ଶେଷ ପର୍ଯ୍ୟାୟ ପାଇଁ ୨୦ ତାରିଖରେ ଭୋଟିଂ ହେବ । ସେହିପରି ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ABOUT THE AUTHOR

...view details