ନୂଆଦିଲ୍ଲୀ: ଝାଡଖଣ୍ଡରେ ପାଇଁ ବାଜିଲା ନିର୍ବାଚନ ବିଗୁଲ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା । ମୋଟ ୮୧ଟି ଆସନ ପାଇଁ ୫ଟି ପର୍ଯ୍ୟାୟରେ ହେବ ଭୋଟଗ୍ରହଣ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ 30 ନଭେମ୍ବରରେ ହେବ । ଡିସେମ୍ବର 23ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।
ବାଜିଲା ନିର୍ବାଚନ ବିଗୁଲ, ୫ଟି ପର୍ଯ୍ୟାୟରେ ହେବ ଝାଡଖଣ୍ଡ ବିଧାନସଭା ନିର୍ବାଚନ - ଝାଡଖଣ୍ଡ ନିର୍ବାଚନ ତାରିଖ ଘୋଷଣା କଲେ ଇସି
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା । ମୋଟ ୮୧ଟି ଆସନ ପାଇଁ ୫ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ଅଧିକ ପଢନ୍ତୁ...
ଡିଜାଇନ ଫଟୋ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ, ଭୋଟ ଗ୍ରହଣ ନଭେମ୍ବର ୩୦ରେ ୧୩ଟି ଆସନରେ ପାଇଁ, ଦ୍ବିତୀୟ ପର୍ଯ୍ୟାୟ, ଡିସେମ୍ବର ୭ରେ ୨୦ ଆସନରେ, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨ରେ ୧୭ ଆସନରେ, ଚତୁର୍ଥ ପର୍ଯ୍ୟାୟ, ଡିସେମ୍ବର ୧୬ରେ ୧୫ଟି ଆସନରେ ଭୋଟ୍ ଗ୍ରହଣ ହେବ । ସେହିପରି ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଡିସେମ୍ବର ୨୦ରେ ୧୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହାସହ ଡିସେମ୍ବର ୨୩ରେ ଭୋଟ୍ ଗଣତି ହେବ ।
ରାଜ୍ୟରେ ଶୁକ୍ରବାର ଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଝାଡଖଣ୍ଡ ବିଧାନସଭା କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି।
TAGGED:
Jharkhand assembly elections