ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ - ଝାଡଖଣ୍ଡ ବିଧାନସଭା ନିର୍ବାଚନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 8ଟି ଜିଲ୍ଲାର 17ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି ।

jharkhand-assembly-election
ଫାଇଲ ଫଟୋ

By

Published : Dec 12, 2019, 8:23 AM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 8ଟି ଜିଲ୍ଲାର 17ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ସକାଳ 7 ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ରାଞ୍ଚି, କାଙ୍କେ, ହଟିଆ, ରାମଗଢ ଏବଂ ବରକଣ୍ଟା ବିଧାନସଭା ଆସନରେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ । ବଳକା 12 ଆସନରେ ଅପରାହ୍ଣ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ ।

ଏହି ପର୍ଯ୍ୟାୟରେ ମୋଟ 309 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା ହେବ । ସେଥିମଧ୍ୟରୁ 32 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେପଟେ ମତଦାନ ପ୍ରକ୍ରିୟାରେ ଭାଗ ନେବାକୁ ଝାଡଖଣ୍ଡବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାସକରି ଯୁବପୀଢିଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅଗ୍ରହ୍ୟ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 13 ଆସନରେ 64.12 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 20 ଆସନରେ 64.39 ପ୍ରତିଶତ ରେକର୍ଡ ହୋଇଥିଲା ।

ABOUT THE AUTHOR

...view details