ରାଞ୍ଚି: ରାତି ପାହିଲେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । 30 ନଭେମ୍ବରରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ 6ଟି ଜିଲ୍ଲାର13 ଟି ବିଧାନସଭା ସିଟ୍ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।
ଝାଡଖଣ୍ଡ ବିଧାନସଭା ନିର୍ବାଚନ: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ - ଝାଡଖଣ୍ଡ ବିଧାନସଭା ନିର୍ବାଚନ
30 ନଭେମ୍ବରରେ ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ମୋଟ 6ଟି ଜିଲ୍ଲାର13 ଟି ବିଧାନସଭା ସିଟ୍ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ଅଧିକ ପଢନ୍ତୁ...

ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ ହୋଇଯିବ । ପ୍ରାୟ 37 ଲକ୍ଷ 83 ହଜାର 55 ଭୋଟର ମତଦାନ କରିବେ । ପ୍ରଥମ ପର୍ଯ୍ୟାୟ ମତଦାନରେ 18 ଲକ୍ଷ 1ହଜାର 356 ଭୋଟର ରହିଛନ୍ତି । ନୂତନ ଭୋଟରଙ୍କ ସଂଖ୍ୟା 5 ହଜାର 822 ରହିଥିବା ବେଳେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 5 ରହିଛି । ପ୍ରଥମ ପର୍ଯ୍ୟାୟରେ ମତଦାନ ନିମନ୍ତେ ମୋଟ ୩,୯୦୬ଟି ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଶନିବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ଆରମ୍ଭ ହୋଇ ଦିନ ୩ଟା ଯାଏ ଚାଲିବ ।
ଏଠାରେ ସୂଚନା ଯୋଗ୍ୟ ଯେ ଝାଡଖଣ୍ଡରେ 81 ଟି ବିଧାନସଭା ଆସନରେ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଡିସେମ୍ବର ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ବିତୀୟ ଡିସେମ୍ବର ୭, ତୃତୀୟ ଡିସେମ୍ବର ୧୨, ଚତୁର୍ଥ ଡିସେମ୍ବର ୧୬ ଏବଂ ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ।