ଓଡିଶା

odisha

ETV Bharat / bharat

200 ସ୍ବତନ୍ତ୍ର ଟ୍ରେନ ଚଳାଚଳକୁ ନେଇ ତିନି ରାଜ୍ୟର ବିରୋଧ

ଆଜିଠାରୁ ସମଗ୍ର ଦେଶରେ 200 ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ମଧ୍ୟରେ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

railway
200 ସ୍ବତନ୍ତ୍ର ଟ୍ରେନ ଚଳାଚଳକୁ ତିନି ରାଜ୍ୟର ବିରୋଧ

By

Published : Jun 1, 2020, 10:25 AM IST

ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ 200 ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ମଧ୍ୟରେ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ଜଣାଇଛି। ଏହାର ସମାଧାନ ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ବୈଠକ ପରେ ସମସ୍ତ ଟ୍ରେନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ କିନ୍ତୁ ରାଜ୍ୟଗୁଡିକର ଚିନ୍ତାକୁ ଦୃଷ୍ଟିରେ ରଖି ଷ୍ଟପେଜରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବୋଲି ରେଳୱେ କହିଛି ।

ରେଳୱେର ଏକ ମୁଖପାତ୍ର କହିଛନ୍ତି ଯେ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଯୋଜନା ଅନୁଯାୟୀ ଟ୍ରେନ୍ ଚଳାଚଳ ଏବଂ ଷ୍ଟପେଜକୁ ନେଇ ଆପତ୍ତି ଜତାଇଥିଲେ । ରାଜ୍ୟ ସହ ଏହି ପ୍ରସଙ୍ଗରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଅନ୍ୟ କୌଣସି ନିଷ୍ପତ୍ତି ନିଆଗଲେ ସୂଚନା ଦିଆଯିବ ।

ଝାଡଖଣ୍ଡ ରାଜ୍ୟକୁ ଆସୁଥିବା ଚାରୋଟି ଟ୍ରେନ୍ ଚଳାଚଳ ନକରାଯାଉ ଏବଂ 20ଟି ଷ୍ଟପେଜକୁ କମ କରାଯାଉ ବୋଲି ଅନୁରୋଧ କରିଛି। ସେହିପରି ଆନ୍ଧ୍ରପ୍ରଦେଶ କହିଛି ଯେ ରାଜ୍ୟକୁ କେବଳ 22 ଟି ଟ୍ରେନ୍ ଆସିବା ଉଚିତ । ଏଥିସହ ବର୍ତ୍ତମାନ ଷ୍ଟପେଜ ସଂଖ୍ୟା କମ୍ କରାଯିବା ଉଚିତ୍।

ରେଳୱେ ଦ୍ୱାରା ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ 71ଟି ଷ୍ଟପେଜ ରହିଛି । କିନ୍ତୁ ଆନ୍ଧ୍ରପ୍ରଦେଶ କେବଳ ଗୋଟିଏ ସ୍ଥାନରେ ଷ୍ଟପେଜ ରଖିବାକୁ ଚାହୁଁଛନ୍ତି । କାରଣ ସେମାନଙ୍କ କହିବା ଅନୁଯାୟୀ ଅନ୍ୟ ଷ୍ଟପେଜ ପଏଣ୍ଟରେ ପୃଥକ ରଖିବା ପାଇଁ ଭିତ୍ତିଭୂମି ସ୍ଥାପନ କରିବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ ମହାରାଷ୍ଟ୍ର ଲକଡାଉନ ଅବଧିକୁ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏଥିସହ ଟ୍ରେନ୍ ଏବଂ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି।

ABOUT THE AUTHOR

...view details