ଲକ୍ଷ୍ନୌ: ଉତ୍ତରପ୍ରଦେଶର 75 ପ୍ରତିଶତ ପଙ୍ଗପାଳଙ୍କୁ ସଫା କରାଯାଇଛି । ଉତ୍ତରପ୍ରଦେଶ ଲଲିତପୁର ଜିଲ୍ଲାରେ ପଙ୍ଗପାଳ ଆକ୍ରମଣକୁ ରୋକିବା ପାଇଁ କୃଷି ବିଭାଗ ଏବଂ ଭାରତ ସରକାରଙ୍କ ମିଳିତ ଟିମ୍ ଦ୍ୱାରା କରାଯାଇଥିବା ଅପରେସନରେ 75% ପଙ୍ଗପାଳ ସଫା ହୋଇଛନ୍ତି । ଗତ ରବିବାର ରାତିରେ ମହରୌତୀ ତହସିଲର ଖିତବାନ୍ସ ଗ୍ରାମରେ ହୋଇଥିବା ଅପରେସନରେ ପ୍ରାୟ 70-80 ଲକ୍ଷ ପଙ୍ଗପାଳଙ୍କ ମୃତ୍ୟୁ ଘଟିଛି। କେମିକାଲ ସ୍ପ୍ରେ ଯୋଗୁଁ ପ୍ରାୟ ଦେଢ କିଲୋମିଟର ଅଞ୍ଚଳରେ ପଙ୍ଗପାଳ ମରି ପଡିଥିବା ଦେଖିବାକୁ ମିଳିଥିଲା ।
ଉତ୍ତର ପ୍ରଦେଶରେ ଅପରେସନ ପଙ୍ଗପାଳ, ସଫା ହେଲେ 75% - ପଙ୍ଗପାଳ
ଉତ୍ତରପ୍ରଦେଶ ଲଲିତପୁର ଜିଲ୍ଲାରେ ପଙ୍ଗପାଳ ଆକ୍ରମଣକୁ ରୋକିବା ପାଇଁ କୃଷି ବିଭାଗ ଏବଂ ଭାରତ ସରକାରଙ୍କ ମିଳିତ ଟିମ୍ ଦ୍ୱାରା କରାଯାଇଥିବା ଅପରେସନରେ 75% ପଙ୍ଗପାଳ ସଫା ହୋଇଛନ୍ତି ।
ଉତ୍ତରପ୍ରଦେଶରେ ଅପରେସନ ଦ୍ବାରା ମରାଗଲା 75% ପଙ୍ଗପାଳ
ଲଲିତପୁରର ଉପନିର୍ଦ୍ଦେଶକ କୃଷି ସନ୍ତୋଷ ସବିତା କହିଛନ୍ତି ଯେ, ରବିବାର ରାତି ପ୍ରାୟ 11 ଟା ସମୟରେ ପଙ୍ଗପାଳ ଆକ୍ରମଣ କରିଥିବା ସୂଚନା ମିଳିଥିଲା। ଏହି ପଙ୍ଗପାଳ ପ୍ରାୟ ଏକ କିଲୋମିଟର ଅଞ୍ଚଳର ଫସଲ ନଷ୍ଟ କରୁଥିଲେ । ଏହାର ସୂଚନା ପାଇ କୃଷି ବିଭାଗ ଏବଂ ଭାରତ ସରକାରଙ୍କ ଟିମ ଅଗ୍ନିଶମ ବିଭାଗ ଏବଂ ମ୍ୟୁନିସିପାଲିଟି ଟିମ୍ ସହାୟତାରେ ଏହି ପଙ୍ଗପାଳଙ୍କ ଉପରେ କେମିକାଲ ସ୍ପ୍ରେ କରିଥିଲେ। ଏଥିରେ ପ୍ରାୟ 75 ପ୍ରତିଶତ ପଙ୍ଗପାଳଙ୍କ ମୃତ୍ୟୁ ଘଟିଛି ।