ଓଡିଶା

odisha

ETV Bharat / bharat

2024ରୁ କାର୍ଯ୍ୟକାରୀ ହେବ ଜେଓ୍ବର ବିମାନବନ୍ଦର - 4ଟି ପର୍ଯାୟରେ ପ୍ରସ୍ତୁତ ହେବ ଜେଓ୍ବର ବିମାନବନ୍ଦର

ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଏବଂ ଜ୍ୟୁରିଖ ବିମାନବନ୍ଦର ଆନ୍ତର୍ଜାତୀୟ ଏଜି ର ପ୍ରତିନିଧିମାନଙ୍କ କନ୍ସେସନ ଚୁକ୍ତିନାମାରେ ଏକ ନୂଆ ଜେଓ୍ବର ବିମାନବନ୍ଦର ଆରମ୍ଭ ହେବାକୁ ଯାଉଛି । 2024ରୁ ଏହି ବିମାନବନ୍ଦର କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ...

2024ରୁ  କାର୍ଯ୍ୟକାରୀ ହେବ ଜେଓ୍ବର ବିମାନବନ୍ଦର
2024ରୁ କାର୍ଯ୍ୟକାରୀ ହେବ ଜେଓ୍ବର ବିମାନବନ୍ଦର

By

Published : Oct 7, 2020, 6:32 PM IST

ନୂଆଦିଲ୍ଲୀ: ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଏବଂ ଜ୍ୟୁରିଖ ବିମାନବନ୍ଦର ଆନ୍ତର୍ଜାତୀୟ ଏଜି ର ପ୍ରତିନିଧିମାନଙ୍କ କନ୍ସେସନ ଚୁକ୍ତିନାମାରେ ଏକ ନୂଆ ବିମାନବନ୍ଦର ଜେଓ୍ବର ଆରମ୍ଭ ହେବାକୁ ଯାଉଛି । ଏହି ବିମାନବନ୍ଦରର ସମସ୍ତ କାର୍ଯ୍ୟ 4ଟି ପର୍ଯ୍ୟାୟରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ରନୱେ ଏବଂ 12 ନିୟୁତ କ୍ଷମତା ବିଶିଷ୍ଟ ଏହି ବିମାନବନ୍ଦର 2024ରୁ କାର୍ଯକାରୀ ହେବ | ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରର 1334 ହେକ୍ଟରରେ ବିକଶିତ ହେବ ।

2024ରୁ କାର୍ଯ୍ୟକାରୀ ହେବ ଜେଓ୍ବର ବିମାନବନ୍ଦର

ଯମୁନା ପ୍ରାଧିକରଣର ସିଇଓ ଡକ୍ଟର ଅରୁଣବୀର ସିଂ ଇଟିଭି ଭାରତକୁ ଏକ୍ସକ୍ଲୁସିଭ୍ ରିପୋର୍ଟ ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏସବୁ ସମ୍ଭବ ହୋଇପାରିଛି । ଏହା ସମଗ୍ର ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଜେଓ୍ବର ବିମାନବନ୍ଦର ଚାରୋଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ଏହି ବିମାନବନ୍ଦର ପାଇଁ 30 ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ସାହାଯ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟ 7 ଗୁଣ ବୃଦ୍ଧି ପାଇବ। ଏଥିସହ ପ୍ରାୟ ସାଢେ ତିନି ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ । ବିମାନବନ୍ଦରରେ ମଧ୍ୟ 1 ଲକ୍ଷ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ।

ସେହିପରି ଏହି ବିମାନବନ୍ଦର ପରିସରରେ ପୋଷାକ ପାର୍କ, ଏମ୍ଏସ୍ଏମ୍ଇ, ହସ୍ତତନ୍ତ-ହ୍ୟାଣ୍ଡଲୁମ୍ ପାର୍କ, ମେଡିକୋସ୍ ପାର୍କ, ବିମାନ ଚଳାଚଳ ସମ୍ବନ୍ଧୀୟ ଶିଳ୍ପ, ଏମଆରଓ ଏବଂ ଖେଳନା ସହର ମଧ୍ୟ ବିକଶିତ ହେଉଛି। ଜେଓ୍ବର ବିମାନ ବନ୍ଦରକୁ ଉନ୍ନତ ସଂଯୋଗ ଦେବା ପାଇଁ ସମସ୍ତ ବିକଳ୍ପ ଉପରେ ଦୃଷ୍ଟି ଦିଆଯାଉଛି | ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେ, ମେଟ୍ରୋ, ବୁଲେଟ୍ ଟ୍ରେନ୍ (ଦିଲ୍ଲୀରୁ ବାରାଣାସୀ) ଷ୍ଟପେଜ୍ ଗୁଡିକ ଡିଆରପି, ପାଲୱାଲ ଖୁର୍ଜା ଏକ୍ସପ୍ରେସୱେରେ ସ୍ଥିର କରାଯାଇଥିଲା ଏବଂ ଏହା ସହିତ 100 ମିଟର ସମାନ୍ତରାଳ ରାସ୍ତା ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି | ଯମୁନା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅରୁଣବୀର ସିଂ କହିଛନ୍ତି ଯେ ଏହି ବିମାନ 2023-24 ବର୍ଷରୁ କାର୍ଯ୍ୟକାରୀ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details