ଓଡିଶା

odisha

ETV Bharat / bharat

ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ 2 ପାଇଲଟ - ଅଳ୍ପକେ ବର୍ତ୍ତିଲେ 2 ପାଇଲଟ

ଆଜି ସଂଧ୍ଯାରେ ଆସମ ତେଜପୁରରେ ସୁଖୋଇ- 30 ବିମାନ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ 2 ପାଇଲଟ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ।

ଫାଇଲ ଫଟୋ

By

Published : Aug 8, 2019, 11:32 PM IST

ଦିସପୁର: ଆସାମ ତେଜପୁରରେ ସୁଖୋଇ- 30 ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ 2 ପାଇଲଟ । ସୁରକ୍ଷିତ ଭାବେ ବାହାରକୁ ଆସିଯାଇଛନ୍ତି ପାଇଲଟ ।

ଭିଡିଓ ସୌଜନ୍ୟ : ଇଟିଭି ଭାରତ

ତେଜପୁରର ଲୋକାଲ ଫ୍ଲାଇଂ ଏରିଆରେ ଅପରାହ୍ନରୁ ଟ୍ରେନିଂ ମିଶନରେ ଥିଲା ବିମାନ । ସଂଧ୍ୟା ସମୟରେ ହଠାତ ବିମାନରେ ତ୍ରୁଟି ଦେଖା ଦେବାରୁ ପାଇଲଟ ବିମାନର ଅବତରଣ କରିଥିଲେ । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା । ବିନା କ୍ଷତରେ ଭଭୟ ପାଇଲଟ ରକ୍ଷା ପାଇ ଯାଇଛନ୍ତି ।

ବିମାନଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।

ABOUT THE AUTHOR

...view details