ନୂଆଦିଲ୍ଲୀ: ଋଣରେ ବୁଡିଥିବା ବିମାନକମ୍ପାନୀ ଜେଟ୍ ଏୟାରୱେଜ୍ ଉପରେ ଏବେ ନୂଆ ସଙ୍କଟ । କମ୍ପାନୀର ଚେୟାରମ୍ୟାନ ନରେଶ ଗୋଏଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ନରେଶ ଗୋଏଲଙ୍କ ପତ୍ନୀ ଅନିତା ଗୋଏଲ ମଧ୍ୟ ବୋର୍ଡରୁ ଓହରି ଯାଇଛନ୍ତି । ଋଣଦାତାଙ୍କସହ ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଇସ୍ତଫା ଦେଲେ ଜେଟ୍ ଏୟାରୱେଜ୍ ଚେୟାରମ୍ୟାନ୍ - resign
ଜେଟ୍ ଏୟାରୱେଜ୍ ଚେୟାରମ୍ୟାନ ନରେଶ ଗୋଏଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ନରେଶ ଗୋଏଲଙ୍କ ପତ୍ନୀ ଅନିତା ଗୋଏଲ ମଧ୍ୟ ବୋର୍ଡରୁ ଓହରି ଯାଇଛନ୍ତି ।
![ଇସ୍ତଫା ଦେଲେ ଜେଟ୍ ଏୟାରୱେଜ୍ ଚେୟାରମ୍ୟାନ୍](https://etvbharatimages.akamaized.net/etvbharat/images/768-512-2795479-825-c4075654-8ba2-4fc5-a4df-8544b43b6105.jpg)
ଫାଇଲ ଫଟୋ
ତେବେ ନରେଶ ଗୋଏଲଙ୍କ ଇସ୍ତଫା ପରେ ଜେଟ୍ ଏୟାରୱେଜକୁ ବ୍ୟାଙ୍କ1500 କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ ।କମ୍ପାନୀ ଉପରେ ପାଖାପାଖି 8 ହଜାରକୋଟି ଟଙ୍କାର ଋଣ ରହିଛି । କମ୍ପାନୀକୁ ଦେବାଳିଆହେବାରୁ ବଞ୍ଚିତ କରିବା ପାଇଁ ତତ୍କାଳ ପାଣ୍ଠିରଆବଶ୍ୟକତା ରହିଛି । ଗତ କିଛି ମାସ ହେବ କମ୍ପାନୀ ନିଜ କର୍ମଚାରୀଙ୍କୁ ବେତନ ଦେବାରେ ମଧ୍ୟ ଅସକ୍ଷମ ହୋଇଥିଲା । ତେବେ ନରେଶ ଏବଂ ତାଙ୍କ ପତ୍ନୀଙ୍କ ଇସ୍ତଫା ପରେ ଏବେ ଏୟାରଲାଇନ୍ସତଦାରଖ ପାଇଁ ଏକ ଅନ୍ତରୀଣ ପରିଚାଳନା କମିଟି ଗଠନ କରାଯିବ। ଜେଟ ଏୟାରୱେଜର ଋଣଦାତାଙ୍କ ମଧ୍ୟରୁ ୨ ଜଣ ଏହି ପରିଚାଳନା କମିଟିରେ ରହିବେ ବୋଲି ଜଣା ପଡିଛି ।