ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସ ବୁଧବାର ଦିନ ଜୈସ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ତରିକ ଅହମ୍ମଦ ଭଟଙ୍କୁ ବୁଡଗାମରେ ଯାଞ୍ଚ ସମୟରେ ଗିରଫ କରିଛି । ତେବେ ତା’ ନିକଟରୁ ଏକ ପିସ୍ତଲ, ଗୁଳି ଓ ଅନେକ ମାରଣାଶାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି। ଏହା ପୂର୍ବରୁ ନଭେମ୍ବର 30ରେ, ଜେଇଏମ ଆତଙ୍କବାଦୀର ଜଣେ ସହଯୋଗୀଙ୍କୁ କୁପୱାରାରେ ଜାମ୍ମୁ କାଶ୍ମୀର ପୋଲିସ ଗିରଫ କରିବା ସହ ତା’ ନିକଟରୁ ହ୍ୟାଣ୍ଡ ଗ୍ରେନେଡ ଏବଂ 3.50 ଲକ୍ଷ ଟଙ୍କା ଜବତ କରିଥିଲା।
ବୁଡଗାମରୁ ଜେଇଏମ ଆତଙ୍କବାଦୀ ଗିରଫ - ଜୈସ-ଇ-ମହମ୍ମଦ
ଜୈଶ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ତରିକ ଅହମ୍ମଦ ଭଟଙ୍କୁ ବୁଡଗାମରେ ଯାଞ୍ଚ ସମୟରେ ଗିରଫ କରିଛି ଜାମ୍ମୁ କାଶ୍ମୀର ପୋଲିସ । ତା ନିକଟରୁ ଏକ ପିସ୍ତଲ, ଗୁଳି ଓ ଅନେକ ମାରଣାଶାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି। ଅଧିକ ପଢନ୍ତୁ...
![ବୁଡଗାମରୁ ଜେଇଏମ ଆତଙ୍କବାଦୀ ଗିରଫ JeM terrorist arrested by Jammu and Kashmir police](https://etvbharatimages.akamaized.net/etvbharat/prod-images/768-512-9825800-thumbnail-3x2-kashmir.jpg)
ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ଜେଇଏମ ଆତଙ୍କବାଦୀ ଗିରଫ
ସେହିପରି ଗତ ମାସରେ ଜାମ୍ମୁ କାଶ୍ମୀରର ନାଗ୍ରୋଟାଠାରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ 4 ଜଣ ଜେଇଏମ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ 11ଟି AK-47 ରାଇଫଲ, 3 ଟି ପିସ୍ତଲ, 29 ଗ୍ରେନେଡ ସମେତ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ