ଓଡିଶା

odisha

By

Published : Aug 28, 2020, 3:17 PM IST

ETV Bharat / bharat

ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ 6 ରାଜ୍ୟର ସମୀକ୍ଷା ଆବେଦନ

ଅଗଷ୍ଟ 17 ତାରିଖରେ ଜେଇଇ ଓ ନିଟ ପରୀକ୍ଷା ପାଇଁ ଦେଇଥିବା ଆଦେଶ ବିରୋଧରେ ଆଜି 6 ବିରୋଧୀ ରାଜ୍ୟ ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ 6 ରାଜ୍ୟର ସମୀକ୍ଷା ଆବେଦନ
ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ 6 ରାଜ୍ୟର ସମୀକ୍ଷା ଆବେଦନ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କୁ ନିଟ ଓ ଜେଇଇର ମିଳିତ ପରୀକ୍ଷାକୁ ଅନୁମତି ଦେଇଥିବା ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ 6 ଟି ବିରୋଧୀ ଦଳ ରାଜ୍ୟ ଏକ ସମୀକ୍ଷା ଆବେଦନ କରିଛନ୍ତି । ଏହି ରାଜ୍ୟଗୁଡିକ ହେଲେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ମହାରାଷ୍ଟ୍ର, ଛତିଶଗଡ, ପଞ୍ଜାବ ଓ ରାଜସ୍ଥାନ । ଏହି ରାଜ୍ୟଗୁଡିକ ଅଗଷ୍ଟ 17 ଆଦେଶ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି ।

ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ଅଗଷ୍ଟ 17 ରେ ସ୍ଥଗିତ ରଖିବାକୁ ଶୀର୍ଷ ଅଦାଲତ ଅନ୍ୟ ଏକ ଆବେଦନକୁ ଖାରଜ କରିଦେଇଥିଲେ । ଛାତ୍ରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ “ନଷ୍ଟ ହୋଇପାରିବ ନାହିଁ” ଏବଂ “ଜୀବନ ଚାଲିବାକୁ ପଡିବ” ବୋଲି ସୁପ୍ରିମକୋର୍ଟ କହିଥିଲେ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସେପ୍ଟେମ୍ବର 1 ରୁ 6 ପର୍ଯ୍ୟନ୍ତ JEE ଏବଂ ସେପ୍ଟେମ୍ବର 13 ରେ NEET ପରିଚାଳନା ପାଇଁ ଏକ ନିର୍ଦ୍ଦେଶନାମା ଦେଇଛି ।

କୋଭିଡ -19 ମହାମାରୀ ମଧ୍ୟରେ ଏହି ପରୀକ୍ଷା ଆୟୋଜନ ବିରୁଦ୍ଧରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ଅଗଷ୍ଟ 26 ରେ ବିରୋଧୀ ଶାସିତ ରାଜ୍ୟ ନେତାଙ୍କ ବୈଠକ ଡକାଇଥିଲେ ।

ଏହି ବୈଠକରେ ସିଏମ ମମତା ବାନାର୍ଜୀ କୋଭିଡ -19 ପରିସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିକଟକୁ ପୁଣି ଥରେ ପରାମର୍ଶ ଦେଇଥିଲେ।

ABOUT THE AUTHOR

...view details