ଓଡିଶା

odisha

By

Published : Aug 28, 2020, 3:58 PM IST

ETV Bharat / bharat

'ଛାତ୍ରଙ୍କ ଭବିଷ୍ୟତ ସହ ଜଡିତ ନିଷ୍ପତ୍ତି ସେମାନଙ୍କ ସହମତିରେ ହେଉ'

ଛାତ୍ରମାନେ ଆମର ଭବିଷ୍ୟତ, ଏକ ଭଲ ଭାରତ ଗଠନ ପାଇଁ ଆମେ ସେମାନଙ୍କ ଉପରେ ନିର୍ଭରଶୀଳ। ତେଣୁ ସେମାନଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ସୋନିଆ ଗାନ୍ଧୀ
ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କୋରୋନା ମଧ୍ୟରେ ନିଟ୍‌ ଏବଂ ଜେଇଇ ପରୀକ୍ଷା ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଶୀର୍ଷ ଅଦାଲତ ମଧ୍ୟ ଏହି ପରୀକ୍ଷାକୁ ଅନୁମତି ଦେଇଛନ୍ତି । ସେପଟେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ କଂଗ୍ରେସ ଏହାକୁ ବିରୋଧ କରୁଛି । ଏନେଇ ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଭିଡିଓ ଜାରି କରି ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ।

ସୋନିଆ ଗାନ୍ଧୀ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ନିଟ୍‌-ଜେଇ ପରୀକ୍ଷାକୁ ନେଇ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ଛାତ୍ରମାନେ ଆମର ଭବିଷ୍ୟତ, ଏକ ଭଲ ଭାରତ ଗଠନ ପାଇଁ ଆମେ ସେମାନଙ୍କ ଉପରେ ନିର୍ଭରଶୀଳ। ତେଣୁ ସେମାନଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ଭିଡିଓ ବାର୍ତ୍ତାରେ ସୋନିଆ ଗାନ୍ଧୀ କହିଛନ୍ତି, 'ପ୍ରିୟ ଛାତ୍ରମାନେ, ମୁଁ ଆପଣଙ୍କ ସମସ୍ୟା ବୁଝିପାରୁଛି। ଆପଣ ଏହି ସମୟରେ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । କେବେ, କେଉଁଠାରେ ଏବଂ କିପରି ଆପଣଙ୍କର ପରୀକ୍ଷା ହେବ, ଏହା କେବଳ ଆପଣଙ୍କ ପାଇଁ ନୁହେଁ ଆପଣଙ୍କ ପରିବାର ପାଇଁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତୁମେ ଆମର ଭବିଷ୍ୟତ । ଏକ ଉନ୍ନତ ଭାରତ ପାଇଁ ଆମେ ଆପଣଙ୍କ ଉପରେ ନିର୍ଭରଶୀଳ । ମୁଁ ଆଶା କରୁଛି ସରକାର ଆପଣଙ୍କ କଥା ଶୁଣିବେ। ତୁମର ସ୍ବର ଶୁଣିବେ ଏବଂ ତୁମର ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ । ଏହା ମୋ ପକ୍ଷରୁ ସରକାରଙ୍କୁ ପରାମର୍ଶ। ଜୟ ହିନ୍ଦ। '

ସେପଟେ ଶୁକ୍ରବାର ଦିନ 6 ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟଙ୍କୁ ଅଗଷ୍ଟ 17ର ଆଦେଶର ସମୀକ୍ଷା କରିବାକୁ ଏବଂ ସେପ୍ଟେମ୍ବରରେ ହେବାକୁ ଥିବା ଜେଇ-ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ କୁହାଯାଇଛି।

ABOUT THE AUTHOR

...view details