ନୂଆଦିଲ୍ଲୀ: ଦେଶରେ କୋରୋନା ଆତଙ୍କ ପାଇଁ ଆଇଆଇଟି ଜେଇଇ (ମେନ) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସେହିପରି ଜେଇଇ (ଆଡଭାନ୍ସ) ପରୀକ୍ଷା ଆସନ୍ତା ମେ 17 ତାରିଖରେ ହେବାକୁ ଥିଲା ବେଳେ ତାହାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଜେଇଇ ମେନ ପାଇଁ କାର୍ଯ୍ୟସୂଚୀ ଜାରି କରାଯିବା ପରେ ଆଡଭାନ୍ସର ସାନି କାର୍ଯ୍ୟସୂଚୀ ପ୍ରକାଶ କରାଯିବ । ଏନେଇ ଆଇଆଇଟି ଦିଲ୍ଲୀ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଇଆଇଟି ଜେଇଇ(ମେନ) ପରୀକ୍ଷା ସ୍ଥଗିତ - corona updates
ଦେଶରେ କୋରୋନା ଆତଙ୍କ ପାଇଁ ଆଇଆଇଟି ଜେଇଇ (ମେନ)ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...
ଆଇଆଇଟି ଜେଇଇ(ମେନ) ପରୀକ୍ଷା ସ୍ଥଗିତ
ଦେଶରେ କୋରୋନା ଏକ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି । ଯାହାକୁ ନେଇ ପ୍ରାୟ ସମସ୍ତ ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 1965କୁ ବୃଦ୍ଧି ପାଇଛି । ସେହିପରି ସାରା ଦେଶରେ 50 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ 151 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ