ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷ ଜେଇଇ ଆଡଭାନ୍ସ ରେଜଲ୍ଟ । କୋରୋନା କଟକଣା ଓ ବହୁ ବାଦ ବିବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳାଫଳ jeeadv.nic.in. ଉପଲବ୍ଧ ଅଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶଙ୍କ ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ଚଳିତ ଥର ଜେଇଇ ଆଡଭାନ୍ସ ପରୀକ୍ଷାରେ ଟପର ହୋଇଛନ୍ତି ଚିରାଗ ଫଲୋର । ମୋଟ 396 ମାର୍କରୁ 352 ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଚିରାଗ । ସେହିପରି ଛାତ୍ରୀଙ୍କ ମଧ୍ୟରେ ମୁରାଦାବାଦର କନିଷ୍କା ମିତଲ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।