ପାଟଣା: ନାଗରିକତା ସଂଶୋଧନ ବିଲକୁ ନେଇ ଜେଡ଼ିୟୁରେ କୁହୁଳୁଛି ନିଆଁ । ଏହି ବିଲକୁ ରାଜ୍ୟସଭା ଏବଂ ଲୋକସଭାରେ ଜେଡ଼ିୟୁ ସଦସ୍ୟ ସମର୍ଥନ କରିଥିବାବେଳେ ଦଳର କିଛିନେତାଙ୍କୁ ଏହା ସନ୍ତୁଷ୍ଟ କରିପାରିନାହିଁ। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଦଳର ଉପସଭାପତି ପ୍ରଶାନ୍ତ କିଶୋର ଏହି ବିଲ ବିରୋଧରେ ମୁହଁ ଖୋଲିବା ସହ ଦଳ ଛାଡ଼ିବା ନେଇ ଦେଇଛନ୍ତି ସଙ୍କେତ।
ଜେଡ଼ିୟୁରେ ପ୍ରଶାନ୍ତ ବିବାଦ; ‘ପାର୍ଟି ଛାଡ଼ିବା ତାଙ୍କ ସ୍ବାଧିନତା’ - JDU vice president
ନାଗଗରିକତା ସଂଶୋଧନ ବିଲକୁ ଜେଡ଼ିୟୁର ସମର୍ଥନକୁ ନେଇ ନାରାଜ ଦଳର ଉପସଭାପତି ପ୍ରଶାନ୍ତ କିଶୋର। ବାରମ୍ବାର ଟ୍ବିଟର ଯୋଗେ ଦଳ ବିରୋଧି ମନ୍ତବ୍ୟ ଦେଇ ଆସୁଥିବା ପ୍ରଶାନ୍ତକୁ ନେଇ ଜେଡ଼ିୟୁ ମହାସଚିବ ଦେଇଛନ୍ତି ସାଙ୍ଘାତିକ ମନ୍ତବ୍ୟ।

ଟ୍ବିଟର ଯୋଗେ ପ୍ରଶାନ୍ତଙ୍କ ଏଭଳି ବିବାଦପୂର୍ଣ୍ଣ ପୋଷ୍ଟକୁ ନେଇ ପାଲଟା ଉତ୍ତର ଦେଇଛନ୍ତି ଜେଡ଼ିୟୁ ମହାସଚିବ ଆରସିପି ସିଂହ । ସେ କହିଛନ୍ତି ଦଳ ଛାଡ଼ିବା ନିଜର ସ୍ବାଧିନତା ଅଧିକାର । ତେଣୁ ପ୍ରଶାନ୍ତ ଚାହିଁଲେ ଦଳ ଛାଡ଼ିପାରିବେ ବୋଲି କହିଛନ୍ତି ଆରସିପି ସିଂହ।
ଅନୁକମ୍ପାର ଆଧାରରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରାଯାଇଥିଲା । ଦଳରେ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ଏହି ଘଟଣାକୁ ନେଇ ସାମ୍ବାଦିକ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାଇ ଯାଇ ଆରସିପି ସିଂହ କହିଛନ୍ତି ଯେ, ପ୍ରଶାନ୍ତ କିଶୋର କିଏ ? ସେ ପାର୍ଟିକୁ କେବେ ଆସିଛନ୍ତି ? ସଙ୍ଗଠନର କେଉଁ କାମ ସେ କରୁଥିଲେ ଆଉ ଏବେ ସେ କେଉଁ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମହାସଚିବ।