ପାଟନା: ପୋଷ୍ଟର ଦ୍ବାରା ଲାଲୁଙ୍କୁ ଟାର୍ଗେଟ କଲା ଜନତା ଦଳ (ୟୁନାଇଟେଡ୍) । ରାଷ୍ଟ୍ରୀୟ ଜନତା ଦଳ ଅଧ୍ଯକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ 73 ତମ ଜନ୍ମଦିନ ଅବସରରେ ସମ୍ପତ୍ତିର ଅପବ୍ୟବହାର ଅଭିଯୋଗ ଆଣି ପୋଷ୍ଟର ମାଧ୍ୟମରେ ଟାର୍ଗେଟ କରିଛି ଜନତା ଦଳ (ୟୁନାଇଟେଡ୍) ।
ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ରାଜନୈତିକ ପ୍ରଭାବ ବ୍ୟବହାର କରି ହାସଲ କରିଥିବା 73 ସମ୍ପତ୍ତିର ଏକ ତାଲିକା ପାଟନାରେ ଜେଡି(ୟୁ) ଦ୍ୱାରା ପୋଷ୍ଟରରେ ତାଲିକାଭୁକ୍ତ କରାଯାଇଛି।