ଓଡିଶା

odisha

ବିଜେପିକୁ ସମର୍ଥନ କରିବେ କୁମାରସ୍ବାମୀ !

ବିଜେପିକୁ ବାହାରୁ ସମର୍ଥନ କରିବାକୁ ଜେଡିଏସ ବିଧାୟକ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସେମାନେ କୁମାରସ୍ବାମୀଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି ।

By

Published : Jul 27, 2019, 9:49 AM IST

Published : Jul 27, 2019, 9:49 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ୟେଦୁରପ୍ପାଙ୍କ ଶପଥ ଗ୍ରହଣ ପରେ କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଆଉ ଏକ ଟ୍ବିଷ୍ଟ । ବିଜେପିକୁ ପୁଣିଥରେ ସମର୍ଥନ କରିବାକୁ ଇଚ୍ଛା ପ୍ରକାଶ କରିଛି ଜେଡିଏସ । ଏନେଇ ଜେଡିଏସ ବିଧାୟକ କୁମାରସ୍ବାମୀଙ୍କ ନିକଟରେ ଦାବି ମଧ୍ୟ କରିଛନ୍ତି ।

ଦଳର ଆଗାମୀ ରଣନୀତିକୁ ନେଇ ଶୁକ୍ରବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜେଡିଏସ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ୟେଦୁରପ୍ପା ସରକାରରେ ସାମିଲ ହୋଇ ଅଥବା ତାଙ୍କୁ ବାହାରୁ ସମର୍ଥନ କରିବାକୁ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା । ତେବେ ଏହାର ଅନ୍ତିମ ନିଷ୍ପତ୍ତି କୁମାରସ୍ବାମୀଙ୍କ ଉପରେ ଛାଡିଛନ୍ତି ବିଧାୟକମାନେ । କେତେକ ବିଧାୟକ ବିପକ୍ଷରେ ବସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ ଆଉ କେତେକ ବିଜେପିକୁ ସମର୍ଥନ କରିବାକୁ ଇଚ୍ଛା ପ୍ରକାଶ କରିଥିବା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଜି.ଟି ଦେବଗୌଡା କହିଛନ୍ତି ।

ABOUT THE AUTHOR

...view details