ଓଡିଶା

odisha

ETV Bharat / bharat

ବିଜେପିକୁ ସମର୍ଥନ ଦେବ ଜେଡିଏସ! - ବିଜେପିକୁ ସମର୍ଥନ ଦେବ ଜେଡିଏସ

ଡିସେମ୍ବର ୫ ତାରିଖରେ କର୍ଣ୍ଣାଟକ ହେବାକୁ ଥିବା ଉପନିର୍ବାଚନରେ ଯଦି ବିଜେପି ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଫଳ ହୁଏ, ତାହେଲେ ଜେଡିଏସ ସମର୍ଥନ କରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ବାସଭରାଜ ହୋରାଟ୍ଟି।

ଫାଇଲ ଫଟୋ

By

Published : Nov 20, 2019, 8:55 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସହ ମେଣ୍ଟ କରି ସରକାର ଚଳାଇଥିବା ଜେଡିଏସ ଏବେ ବିଜେପି ଆଡକୁ ଢଳୁଥିବାର ନଜର ଆସିଛି। ଆବଶ୍ୟକ ପଡିଲେ ଜେଡିଏସ ରାଜ୍ୟରେ କ୍ଷମତାସୀନ ଥିବା ବିଏସ ୟେଦିୟୁରପ୍ପାଙ୍କ ସରକାରକୁ ସମର୍ଥନ ଦେବାକୁ ପ୍ରସ୍ତୁତ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଡିସେମ୍ବର ୫ ତାରିଖରେ କର୍ଣ୍ଣାଟକରେ ହେବାକୁ ଥିବା ଉପନିର୍ବାଚନରେ ଯଦି ବିଜେପି ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଫଳ ହୁଏ, ତାହେଲେ ଜେଡିଏସ ସରକାରୀ ଦଳକୁ ସମର୍ଥନ କରିବ ବୋଲି କହିଛନ୍ତି ବରିଷ୍ଠ ଜେଡିଏସ ନେତା ବାସଭରାଜ ହୋରାଟ୍ଟି।

ଏ ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ଦଳ ମତ ନିର୍ବିଶେଷରେ କୌଣସି ଦଳୀୟ ବିଧାୟକ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାହୁଁନାହାନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଏବଂ ଜେଡିଏସ ସୁପ୍ରିମୋ ଏଚଡି ଦେବେଗୌଡ଼ା ମଧ୍ୟ କହିଛନ୍ତି ଆମେ ସରକାର ଭାଙ୍ଗିବାକୁ ଦେବୁନାହିଁ। ସେମାନଙ୍କର ବୟାନ ଆଧାରରେ ମୁଁ ଏହା କହିବାକୁ ଚାହୁଁଛି ଯେ, ଯଦି ବିଜେପି ପାଖରେ ସଂଖ୍ୟା ଅଭାବ ରହୁଛି, ତାହେଲ ଜେଡିଏସ ସାଢ଼େ ୩ ବର୍ଷର କାର୍ଯ୍ୟକାଳ ଅବଧି ସରିବା ଯାଏ ବିଜେପିକୁ ସମର୍ଥନ କରିବ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟର 3 ଟି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ଓ ଜେଡିଏସର କୌଣସି ବିଧାୟକ ସରକାର ଭାଙ୍ଗିବାକୁ ଚାହୁଁନାହାନ୍ତି। ଏପରିକି କୌଣସି ଦଳର ବିଧାୟକ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବା ସପକ୍ଷରେ ପ୍ରସ୍ତୁତ ନାହାଁନ୍ତି। ରାଜ୍ୟରେ କୌଣସି ଦଳ ଶାସନ କ୍ଷମତାରେ ପଛେ ରହୁ, ହେଲେ ବିଧାନସଭାରେ ସେମାନଙ୍କର ସଦସ୍ୟ ପଦ ଆଉ ସାଢ଼େ ୩ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହୁ ବୋଲି ବିଧାୟକ ଚାହୁଁଛନ୍ତି।

ABOUT THE AUTHOR

...view details