ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସନ କ୍ଷମତା ହରାଇବା ପରେ ଜନତା ଦଳ ସେକ୍ୟୁଲାର ନିଜ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଜେଡିଏସ ପ୍ରମୁଖ ଏଚ୍.ଡି ଦେବଗୌଡା 3 ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସେମାନଙ୍କୁ ଦଳ ବିରୋଧୀ ଗତିବିଧି ପାଇଁ ଦଳରୁ ବହିଷ୍କାର କରାଯାଇଛି ।
କଂଗ୍ରେସ ପରେ ଜେଡିଏସରୁ ବିଦା ହେଲେ 3 ବିଦ୍ରୋହୀ ବିଧାୟକ - karnataka
ଦଳ ବିରୋଧୀ ଗତିବିଧି ପାଇଁ ଜେଡିଏସ ନିଜର 3 ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବିଦା କରିଛି ।

ଫାଇଲ ଫଟୋ
ଦଳରୁ ବିଦା ହୋଇଥିବା ବିଧାୟକ ମାନେ ହେଲେ କେ ଗୋପାଲୈୟା, ଏଚ୍ ବିଶ୍ବନାଥ ଏବଂ ନାରାୟଣ ଗୌଡା । ଏହା ପୂର୍ବରୁ ମଙ୍ଗଳବାର କଂଗ୍ରେସ ନିଜର 14 ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିଲା ।