ପାଟନା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ ଆସନରେ ମତଦାନ ହେବ, ସେଥିରେ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା । ସମସ୍ତ ରାଜନୈତିକ ଦଳ ଟିକଟ ବାଣ୍ଟିବା ଆରମ୍ଭ କରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ବିରୋଧୀ ଆରଜେଡି ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରିଦେଇଥିବା ବେଳେ ଏବେ ଏମନଡିଓ ସହଯୋଗୀ ଜେଡିୟୁ ମଧ୍ୟ ଜାରି କରିଛି ନିଜର ପ୍ରାର୍ଥୀ ତାଲିକା ।
ବିହାର ନିର୍ବାଚନ: 115 ଆସନରେ ପ୍ରାର୍ଥୀ ତାଲିକା ଜାରି କଲା JDU
ଜେଡିୟୁ ରାଜ୍ୟ ସଭାପତି ବାଶିଷ୍ଠ ନାରାୟଣ ସିଂ ବୁଧବାର ପାଟନାରେ ସମସ୍ତ 115 ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ଅଧିକ ପଢନ୍ତୁ...
ଜେଡିୟୁ ରାଜ୍ୟ ସଭାପତି ବାଶିଷ୍ଠ ନାରାୟଣ ସିଂ ବୁଧବାର ପାଟନାରେ ସମସ୍ତ 115 ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ଦଳ ପାଟନାରେ ମୋକାମା ଆସନରୁ ରାଜୀବ ଲୋଚନ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ରାଜୀବ ଲୋଚନ ଆରଜେଡିର ଅନନ୍ତ ନାରାୟଣ ସିଂ ତଥା ଛୋଟେ ସରକାରଙ୍କୁ ଟକ୍କର ଦେବେ ।
ସେହିପରି ଜେଡିୟୁ ସୁପାଲର ତ୍ରିବେଣୀଗଞ୍ଜ ଆସନରୁ ଭୀନା ଭାରତୀ, ଅରାରିଆର ଶଗୁଫା ଆଲମ, ପୁର୍ଣ୍ଣିଆର ରୁପୌଲିରୁ ବିମା ଭାରତୀ ଏବଂ ପୁର୍ଣ୍ଣିଆର ଧମଦାହା ଆସନରୁ ଲେସି ସିଂହଙ୍କୁ ଟିକଟ ମିଳିଛି। ଜେଡିୟୁ-ବିଜେପି ମେଣ୍ଟର ଚୁକ୍ତି ଅନୁଯାୟୀ ଜେଡିୟୁକୁ 122ଟି ଆସନ ମିଳିଛି। ସେଥିମଧ୍ୟରୁ ଜେଡିୟୁ ଏହାର କୋଟାରୁ ଜିତନ ରାମ ମାଝୀଙ୍କ ପାର୍ଟି 'ହମ'କୁ 7 ଟି ଆସନ ଦେଇଛି ।