ଓଡିଶା

odisha

By

Published : Jun 19, 2020, 5:46 PM IST

ETV Bharat / bharat

ଶହୀଦଙ୍କ ପରିବାରକୁ 1 ଲକ୍ଷ ଲେଖାଏଁ ଦେବ ସୁରତର ଜୟ ଯବାନ ନାଗରିକ ସମିତି

ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ସୁରତର ଜୟ ଯବାନ ନାଗରିକ ସମିତି ପକ୍ଷରୁ ଶହୀଦଙ୍କ ପରିବାରକୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶୀ ଦିଆଯାଇଛି ।

ଶହୀଦ
ଶହୀଦ

ଗାନ୍ଧୀନଗର: ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପୁରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଦେଶର ବିଭିନ୍ନ ସ୍ଥାନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । ଏହା ସହିତ ସରକାରଙ୍କ ପକ୍ଷରୁ ଶହୀଦଙ୍କ ପରିବାରକୁ ସହାୟତା ରାଶୀ ପ୍ରଦାନ କରାଯାଉଛି । ଏହି କ୍ରମରେ ସୁରତର ଜୟ ଯବାନ ନାଗରିକ ସମିତି ପକ୍ଷରୁ ଶହୀଦଙ୍କ ପରିବାରକୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶୀ ଦିଆଯାଇଛି ।

ଶହୀଦ

ଏହି ସମିତିର ଟ୍ରଷ୍ଟ କାଞ୍ଜୀ ଭଲାଲ ଏନେଇ କହିଛନ୍ତି, ଚୀନ ସୀମାରେ 20 ବୀର ଯବାନ ଶହୀଦ ହୋଇଛନ୍ତି । ସେମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଆମ ସମିତି ପକ୍ଷରୁ ସେମାନଙ୍କ ପରିବାରକୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶୀ ପ୍ରଦାନ କରାଯିବ । ଦେଶର ନାଗରିକ ରୂପରେ ସୁରତ ଲୋକଙ୍କ ପକ୍ଷରୁ ବୀର ଯବାନଙ୍କ ପରିବାର ପ୍ରତି କୃତଜ୍ଞତାର ଭାବନା ବ୍ୟକ୍ତ କରାଯିବ ।

ସୂଚନାଯୋଗ୍ୟ ଯେ, ସୁରତର ଜୟ ଯବାନ ନାଗରିକ ସମିତି 1999 କାରଗିଲ ଯୁଦ୍ଧ ପରଠାରୁ କାର୍ଯ୍ୟ କରୁଛି । 20 ବର୍ଷରେ ଏବେ ସୁଦ୍ଧା 298 ଶହୀଦ ଯବାନଙ୍କ ପରିବାରକୁ ମୋଟ 4.78 କୋଟି ଟଙ୍କା ପ୍ରଦାନ କରିଛି ଏହି ସମିତି ।

ବ୍ୟୁରୋ ରିପୋର୍ଟ ଇଟଭି ଭାରତ

ABOUT THE AUTHOR

...view details