ଓଡିଶା

odisha

ETV Bharat / bharat

ପୁଲୱାମା ଏନକାଉଣ୍ଟରରେ ଯବାନ ଶହୀଦ ହୋଇନାହାଁନ୍ତି: କାଶ୍ମୀର ଆଇଜିପି - ଜମ୍ମୁ କାଶ୍ମୀର ପୁଲୱାମା

ସୀମାରେ ଆତଙ୍କୀଙ୍କ ଆତଙ୍କ। ସକାଳୁ ସକାଳୁ ଜମ୍ମୁ କାଶ୍ମୀର ପୁଲୱାମାର ଗୋସୁ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଛି।

ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର ଜାରି
ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର ଜାରି

By

Published : Jul 7, 2020, 7:07 AM IST

Updated : Jul 7, 2020, 12:09 PM IST

ଶ୍ରୀନଗର: ସୀମାରେ ଆତଙ୍କୀଙ୍କ ଆତଙ୍କ। ସକାଳୁ ସକାଳୁ ଜମ୍ମୁ କାଶ୍ମୀର ପୁଲୱାମାର ଗୋସୁ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ଚାଲିଥିବା ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କୀ ସଫା। ବର୍ତ୍ତମାନ ସୁଦ୍ଧା ମୃତ ଆତଙ୍କୀର ପରିଚୟ ମିଳିନଥିବା ବେଳେ ସନ୍ଧାନ ଜାରି ରହିଛି। ତେବେ ଏଥିରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି କାଶ୍ମୀର ଆଇଜିପି।

ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଗୁସୋ ଅଞ୍ଚଳରେ ପୋଲିସ, 53 ଆରଆର ଏବଂ CRPF ର ମିଳିତ ଟିମ୍ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମିଳିତ ଟିମ୍ ସନ୍ଦିଗ୍ଧ ସ୍ଥାନକୁ କର୍ଡନ କରିଥିଲା, ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଏହି ଏନକାଉଣ୍ଟରକୁ ନେଇ ସୁରକ୍ଷା ବାହିନୀ ଦ୍ୱାରା କଡା ଜବାବ ଦିଆଯାଇଥିଲା।

ଜାମ୍ମୁ କାଶ୍ମୀର ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ଆତଙ୍କବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା କିନ୍ତୁ ସେମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ପୋଲିସର ସୂତ୍ରରୁ ପ୍ରକାଶ ଯେ ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଫସି ରହିଥିବା ଜଣାପଡିଛି। ଗୁଳି ବିନିମୟରେ ଜଣେ ଜଣେ ଯବାନ ଏବଂ ଜଣେ ପୋଲିସ ଆହତ ହୋଇଛନ୍ତି। ଅପରେସନ୍ ଏବେ ବି ଜାରି ରହିଛି।

Last Updated : Jul 7, 2020, 12:09 PM IST

ABOUT THE AUTHOR

...view details