ଓଡିଶା

odisha

By

Published : Oct 6, 2020, 6:57 PM IST

ETV Bharat / bharat

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଜକୁମାରଙ୍କୁ ଶେଷ ବିଦାୟ ଦେଲା ରାଜସ୍ଥାନ

ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଦେଇଥିବା ରାଜସ୍ଥାନର ରାଜକୁମାରଙ୍କୁ ଶେଷ ବିଦାୟ ।

ରାଜସ୍ଥାନର ରାଜକୁମାରଙ୍କୁ ଶେଷ ବିଦାୟ
ରାଜସ୍ଥାନର ରାଜକୁମାରଙ୍କୁ ଶେଷ ବିଦାୟ

ଜୟପୁର: ଅରୁଣାଚଳ ସୀମାରେ ଦେଶର ସୁରକ୍ଷା ପାଇଁ ଜୀବନ ଦେଇ ଶହୀଦ ହୋଇଛନ୍ତି ରାଜସ୍ଥାନର ରାଜକୁମାର ଜାଗିଡ । ମଙ୍ଗଳବାର ସମ୍ମାନର ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶହୀଦ ରାଜକୁମାର 16ବର୍ଷ ପୂର୍ବେ ସେନାରେ ଭର୍ତ୍ତି ହୋଇଥିଲେ । ରାଜକୁମାର 222ଫିଲ୍ଡ ରେଜିମେଣ୍ଟରେ ନିୟୋଜିତ ଥିବା ସମୟରେ ଦେଶ ପାଇଁ ଜୀବନ ଦେଇଛନ୍ତି । 36ବର୍ଷୀୟ ରାଜକୁମାର ମଣ୍ଡାୱା ବାସିନ୍ଦା ସୁମନଙ୍କୁ ବିବାହ କରିଥିଲେ । ତାଙ୍କର 3 ବର୍ଷୀୟ ଓ 11 ମାସର ଦୁଇଟି ଝିଅ ଅଛନ୍ତି । ସୋମବାର ରାତି 10ଟା ସମୟରେ ରାଜକୁମାରଙ୍କ ମରଶରୀର ତାଙ୍କ ପୈତୃକ ବାସଭବନରେ ପହଞ୍ଚିଥିଲା । ଏହା ପରେ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା ।

ସାଂସଦ ନାରାୟଣ କୁମାର, ଜିଲ୍ଲାପାଳ ୟୁଡି ଖାନ, ପୋଲିସ ଅଧିକାରୀ ପ୍ରସାଦ ଶର୍ମା,ବିଧାୟକ ରିଟା ଚୌଧୁରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details