ଓଡିଶା

odisha

By

Published : Jan 27, 2021, 9:41 PM IST

ETV Bharat / bharat

କୃଷକ ହିଂସା ପାଇଁ କ୍ରମାଗତ ପ୍ରଚେଷ୍ଟାରେ ଥିଲା କଂଗ୍ରେସ: ଜାଭେଡକର

ମଙ୍ଗବାର ଦିଲ୍ଲୀରେ ହୋଇଥିବା କୃଷକ ହିଂସାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଅଧିକ ପଢନ୍ତୁ.....

କୃଷକ ହିଂସା ପାଇଁ କ୍ରମାଗତ ପ୍ରଚେଷ୍ଟାରେ ଥିଲା କଂଗ୍ରସ : ଜାଭେଡକର
କୃଷକ ହିଂସା ପାଇଁ କ୍ରମାଗତ ପ୍ରଚେଷ୍ଟାରେ ଥିଲା କଂଗ୍ରସ : ଜାଭେଡକର

ନୂଆଦିଲ୍ଲୀ: ମଙ୍ଗବାର ଦିଲ୍ଲୀରେ ହୋଇଥିବା କୃଷକ ହିଂସାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କହିଛନ୍ତି ଗତକାଲି ଯେଉଁଭଳି ଭାବେ ହିଂସା ହୋଇଥିଲା, ଏହାକୁ ଯେତେ ନିନ୍ଦା କରାଗଲେ ମଧ୍ୟ କମ ହେବ । କେବଳ ଏତିକି ନୁହେଁ ଏହି ହିଂସା ପାଇଁ ଯେଉଁମାନେ ପ୍ରଚ୍ଛଦପଟ୍ଟରେ ରହି ଦଙ୍ଗାକାରୀଙ୍କୁ ପ୍ରୋତ୍ସାହିତ କରୁଥିଲେ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି ଜାଭେଡକର ।

କେବଳ ହିଂସାତ୍ମକ ଆଚରଣ ନୁହେଁ ଯେଉଁପରି ଭାବରେ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ତ୍ରିରଙ୍ଗାକୁ ଅସମ୍ମାନିତ କରାଗଲା ତାହା ଭାରତ ବରଦାସ୍ତ କରିବ ନାହିଁ । ସେମାନଙ୍କ ଉପରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଛନ୍ତି ।

ଏହି ଘଟଣା ପାଇଁ ସେ ସିଧାସଳଖ କଂଗ୍ରେସକୁ ମଧ୍ୟ ଦାୟୀ କରିଛନ୍ତି । ଜାଭେଡକର କହିଛନ୍ତି କଂଗ୍ରେସ କ୍ରମାଗତ ଭାବରେ କୃଷକଙ୍କ ଆନ୍ଦୋଳନକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରି ଆସିଥିଲା । ରାହୁଲ ଗାନ୍ଧୀ କେବଳ ବିରୋଧକୁ ସମର୍ଥନ କରୁନାହାଁନ୍ତି ବରଂ ଉତ୍ତେଜନା ମଧ୍ୟ ସୃଷ୍ଟି କରିଛନ୍ତି । CAA ସମୟରେ ସମାନ ଢଙ୍ଗରେ କଂଗ୍ରେସ ଏହିପରି କରିଥିବା କଥା ମଧ୍ୟ ସେ କହିଛନ୍ତି । ହିଂସା ପାଇଁ କଂଗ୍ରେସ ମାହୋଲ ସୃଷ୍ଟି କରିଥିବା କଥା ସିଧାସଳଖ କହିଛନ୍ତି ଜାଭେଡକର ।

ଯେତେବେଳେ କିଛି କୃଷକ ନେତା 26ରେ କହିଥିଲେ ଯେ ଏହା ହେଉଛି ଅନ୍ତିମ ମ୍ୟାଚ୍, ତେବେ ପଞ୍ଜାବ ସରକାର ରାଜ୍ୟରୁ ବାହାରୁଥିବା ଟ୍ରାକ୍ଟର ଗୁଡିକ ଉପରେ ନଜର ରଖିବାର ଆବଶ୍ୟକତା ଥିଲା । ଏବଂ ରାଲିରେ ସାମିଲ ହୋଇଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରଖିବା ନିହାତି ଆବଶ୍ୟକ ଥିଲା ବୋଲି ମଧ୍ୟ ସେ କହିଛନ୍ତି । ତାହାଲେ ହିଂସାକୁ ପ୍ରତିହତ କରାଯାଇ ପାରିଥାନ୍ତା ବୋଲି କହିଛନ୍ତି ପ୍ରକାଶ । ତେବେ ବର୍ତ୍ତମାନ ହିଂସାରେ ସମ୍ପୃକ୍ତଥିବା ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଆରମ୍ଭ ହୋଇଥିବା କଥା ମଧ୍ୟ କହିଛନ୍ତି ଜାଭେଡକର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details