ଟୋକିଓ: ଜାପାନୀ କୋଟିପତିଙ୍କ ଅଜବ ଇଚ୍ଛା । ନୂଆ ପ୍ରେମିକା ସହ କରିବେ ଚନ୍ଦ୍ରଯାତ୍ରା । ଏନେଇ ସେ ଅନଲାଇନରେ ଖୋଜୁଛନ୍ତି ଗାର୍ଲଫ୍ରେଣ୍ଡ । ୟୁସାକୁ ମାଏଜାଓ୍ଵା ନାମକ ଜଣେ ଜାପାନୀ ଯୁବକ ଅନଲାଇନରେ ପ୍ରେମିକା ପାଇଁ ଦେଇଛନ୍ତି ବିଜ୍ଞାପନ ।
ଚନ୍ଦ୍ରଯାତ୍ରା ପାଇଁ ଅନଲାଇନରେ ପ୍ରେମିକା ଖୋଜୁଛନ୍ତି ବ୍ୟବସାୟୀ - ଚନ୍ଦ୍ରଯାତ୍ରା ପାଇଁ ଅନଲାଇନରେ ପ୍ରେମିକା ଖୋଜା
ଗାର୍ଲଫ୍ରେଣ୍ଡ ସହ ଚନ୍ଦ୍ର ଚାରିପଟେ ଘୁରି ବୁଲିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଜଣେ ଜାପାନୀ କୋଟିପତି । ଏଥିପାଇଁ ସେ ଅନ୍ଲାଇନ୍ରେ ବିଜ୍ଞାପନ ଦେଇଛନ୍ତି। ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା...
ନିକଟରେ ୟୁସାକୁଙ୍କର ଜଣେ ଜାପାନୀ ଅଭିନେତ୍ରୀଙ୍କ ସହ ବ୍ରେକଅପ ହୋଇଛି । ଜୀବନକୁ ପୂର୍ଣ୍ଣରୂପେ ଉପଭୋଗ କରିବାକୁ ଆଗ୍ରହୀ ୟୁସାକୁ 20 କିମ୍ବା ତା’ଠାରୁ ଅଧିକ ବୟସର ଅବିବାହିତା ଝିଅଙ୍କ ଠାରୁ ଚନ୍ଦ୍ରଯାତ୍ରା ନିମନ୍ତେ ଦରଖାସ୍ତ ଗ୍ରହଣ କରୁଛନ୍ତି। ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ମାସ 17 ତାରିଖ। ଆବେଦନକାରୀଙ୍କ ସହ ‘ଡେଟ୍’ରେ ଯିବା ପରେ ମାର୍ଚ୍ଚ ଶେଷସୁଦ୍ଧା ମନୋନୟନ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।
ୟୁସାକୁ ଅନ୍ଲାଇନ୍ ଫ୍ୟାଶନ୍ କମ୍ପାନି ‘ଜୋଜୋ’ର ପୂର୍ବତନ ମୁଖ୍ୟ ଥିଲେ। ଗତବର୍ଷ ଏହାକୁ ସେ ‘ୟାହୁ! ଜାପାନ’କୁ ବିକ୍ରୟ କରି ଦେଇଥିଲେ। ତେବେ ୟୁସାକୁ ୨୦୨୩ ମସିହାରେ ଚନ୍ଦ୍ରାଭିଯାନରେ ଯିବାକୁ ସ୍ଥିର କରିଛନ୍ତି। ତାଙ୍କ ସହ ସେ ପ୍ରାୟ 6 ଜଣ ଚିତ୍ରକରଙ୍କୁ ନେବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ୟୁସାକୁ ଚନ୍ଦ୍ରରେ ଅବତରଣ ନ କରି କେବଳ ତା’ ଚାରିପଟେ ଘୂରି ବୁଲିବେ।