ଓଡିଶା

odisha

ETV Bharat / bharat

ନୂଆବର୍ଷରୁ ‘ୱାନ ନେସନ ୱାନ ରାସନ’ ବ୍ୟବସ୍ଥା

ନୂଆବର୍ଷରୁ କାର୍ଯ୍ୟକାରୀ ହେବ ଏକକ ରାସନ କାର୍ଡ ବ୍ୟବସ୍ଥା । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ପଢନ୍ତୁ କେଉଁ କେଉଁ ରାଜ୍ୟରେ ପ୍ରଥମେ ଲାଗୁ ହେବ ଏହି ବ୍ୟବସ୍ଥା ।

PHOTO
nation one ration card

By

Published : Dec 29, 2019, 1:11 AM IST

ନୂଆଦିଲ୍ଲୀ: ନୂଆବର୍ଷରୁ ଦେଶରେ କାର୍ଯ୍ୟକାରୀ ହେବ ‘ୱାନ ନେସନ ୱାନ ରାସନ’ ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ବକାଂକ୍ଷୀ ଯୋଜନା ଜାନୁୟାରୀ 2020ରୁ ଦେଶରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହା ସଂପୂର୍ଣ୍ଣ ଦେଶରେ କାର୍ଯ୍ୟକାରୀ ନହୋଇ କିଛି ରାଜ୍ୟରେ ପରୀକ୍ଷୀ ମୂଳକ ଭାବେ କାର୍ଯ୍ୟକାରୀ ହେବ । କେନ୍ଦ୍ର ଯୋଗାଣ ବିଭାଗ ସୂଚନା ଅନୁସାରେ ଏବେ ଦେଶର 12ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ପରେ ଜୁନ 2020ରୁ ସାରା ଦେଶରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ।

ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, ହରିୟାଣା, ମଧ୍ୟପ୍ରଦେଶ,ତ୍ରିପୁରା, ଝାଡଖଣ୍ଡ, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ।

ABOUT THE AUTHOR

...view details