ପାଟନା: ନାଗରିକତା ସଂଶୋଧନ ବିଲ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଥିବା ବଳେ ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଆଇନରେ ପରିଣତ ହୋଇଛି । ବିଲ୍କୁ ସଂସଦର ଉଭୟ ଗୃହରେ ଏନଡିଏର ସହଯୋଗୀ ଜେଡିୟୁ ସମର୍ଥନ କରିଥିଲା । ହେଲେ ରାଜ୍ୟରେ ଏହାର ଚିତ୍ର ଭିନ୍ନ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାର୍ଟିର ନେତା କିନ୍ତୁ ସିଏବିକୁ ବିରୋଧ କରି ରାଜ୍ୟରେ ହେଉଥିବା ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।
ସିଏବିକୁ ବିହାରରେ ବିରୋଧ, ପ୍ରଦର୍ଶନରେ ଜେଡିୟୁ ନେତା ସାମିଲ - jdu mlc Gulam Rasool Balyaw
ସିଏବିକୁ ସଂସଦରେ ନୀତିଶ କୁମାରଙ୍କ ପାର୍ଟି ଜେଡିୟୁ ସମର୍ଥନ କରିଥିବାବେଳେ ବିହାର ବିଧାନସଭା ପରିଷଦର ଜେଡିୟୁ ସଭ୍ୟ ଗୁଲାମ ରସୁଲ ବଲୟାଓ୍ବି ବିଲ୍କୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି ।

ଡିଜାଇନ ଫଟୋ
ଜନତା ଦଳ ୟୁନାଇଟେଡର ବିଧାନପରିଷଦ ସଭ୍ୟ ଗୁଲାମ ରସୁଲ ବଲୟାଓ୍ବି ସିଏବିକୁ ନେଇ ପାଟନାରେ ହେଉଥିବା ପ୍ରଦର୍ଶନ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ତେବେ ସଂସଦରେ ପାର୍ଟିର ଷ୍ଟାଣ୍ଡ ଗୋଟିଏ ଥିବା ବେଳେ ରାଜ୍ୟରେ ନେତାଙ୍କ ପାର୍ଟିଲାଇନରୁ ବାହାରି ବିଲ୍କୁ ବିରୋଧ କରିବା ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସିଏବିକୁ ନେଇ ଦେଶବ୍ୟାପି ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନର ପ୍ରଭାବ ଭାରତର ପୂର୍ବତ୍ତୋର ରାଜ୍ୟଗୁଡିକରେ ଦେଖିବାକୁ ମିଳିଛି ।