ଓଡିଶା

odisha

By

Published : Aug 16, 2019, 5:54 PM IST

ETV Bharat / bharat

କାଶ୍ମୀରରେ ହାଇ ଆଲର୍ଟ, ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ଏନେଇ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ 370 ଉଚ୍ଛେଦ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଜୋର ଧରିଛି । ପାକିସ୍ତାନ ଲଗାତାର ଘାଟିରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ତେବେ ଇତି ମଧ୍ୟରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାଶ୍ମୀର ଘାଟିରେ ଅସାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ଏନେଇ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା, ବାୟୁସେନା ଏବଂ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ:ଟ୍ବିଟର@ANI

ଜମ୍ମୁ-କାଶ୍ମୀରକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ପରଠାରୁ ପାକିସ୍ତାନ ଭାରତ ପ୍ରତି ନିଜର କ୍ରୋଧ ପ୍ରକାଶ କରି ଆସୁଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଧ୍ୟ ଅନେକ ସମୟରେ ଭାରତକୁ ଯୁଦ୍ଧର ଧମକ ଦେଉଛନ୍ତି । ସେପଟେ ପାକିସ୍ତାନୀ ସେନା ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ଲଗାତାର ଅସ୍ତ୍ରବିରତି ଉଲଂଘନ କରୁଛି ।

ABOUT THE AUTHOR

...view details