ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ ପରେ ପ୍ରଥମ ଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଜମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର କହିଛନ୍ତି ରାଜ୍ୟରେ ଏକ ହଜାର ସରପଞ୍ଚ ପଦପାଇଁ ମାର୍ଚ୍ଚ 5ରୁ ନିର୍ବାଚନ ଆରମ୍ଭ ହେବ ।
ମାର୍ଚ୍ଚ 5ରୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ
ଧାରା 370 ଉଛେଦ ହେବାପରେ ଜମ୍ମୁ କାଶ୍ମୀର ଜନତା ବାଛିବେ ଜନ ପ୍ରତିନିଧି । ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ପଢନ୍ତୁ ସଂପୂର୍ଣ୍ଣ ଖବର...
ଏହି ନିର୍ବାଚନ 8 ଟି ପର୍ଯ୍ୟାୟରେ ହେବ । ମାର୍ଚ୍ଚ 5ରେ ପ୍ରଥମ ପର୍ଯ୍ୟାୟ ହେବାକୁ ଥିବା ବେଳେ ରାଜ୍ୟରେ ବର୍ତ୍ତମାନ 1011 ସିଟରେ ସରପଞ୍ଚ ପଦ ଖାଲି ପଡିଛି । ଗତ ପଞ୍ଚାୟତ ନିର୍ବାଚନରେ କାଶ୍ମୀରର ମୋଟ ସିଟରୁ 60 ପ୍ରତିଶତ ସିଟ ଖାଲି ରହିଯାଇଥିଲା । ଏବେ ଏହି ଖାଲି ସିଟରେ ନିର୍ବାଚନ ହେବ । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଭୋଟ ଗ୍ରହଣ ତାରିଖ 5, 7, 9, 12, 14, 16, 18 ଓ 20 ମାର୍ଚ୍ଚରେ ହେବ । ଏଥିପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇବ ।
ଏହାସହ କମିଶନ ଆହୁରି କହିଛନ୍ତି କେନ୍ଦ୍ର ଶାସିତ ଲଦାଖରେ ନିର୍ବାଚନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ପ୍ରସ୍ତାବ ଦେଇନାହୁଁ । ତେଣୁ ସେଠାରେ ବର୍ତ୍ତମାନ ନିର୍ବାଚନ ହେବ ନାହିଁ । ଏହା ବ୍ୟତୀତ ଲଦାଖରେ ଏବେ ଥଣ୍ଡା ବହୁତ ଅଛି । ବରଫରେ ସମଗ୍ର ଅଞ୍ଚଳ ଆଛାଦିତ ହୋଇଛି । ସେହି ଦୃଷ୍ଟିରୁ ମଧ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ନିର୍ବାଚନ ସମ୍ଭବ ନୁହେଁ । ସୂଚନା ଯୋଗ୍ୟ ଯେ ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ ପରେ ଏହା ପ୍ରଥମ ନିର୍ବାଚନ ହେବ ।