ଓଡିଶା

odisha

ETV Bharat / bharat

କାଶ୍ମୀରରେ କର୍ଫ୍ୟୁ; କେତେ ପ୍ରଭାବିତ ସାମ୍ବାଦିକ ? ଶୁଣନ୍ତୁ... - ସୁପ୍ରିମ କୋର୍ଟ

ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ 370 ଉଚ୍ଛେଦ ପରେ ପ୍ରଭାବିତ ହୋଇଛନ୍ତି ଘାଟିର ସମ୍ବାଦିକ । ତେବେ ଏହି ପ୍ରତିବନ୍ଧକ ହଟାଇବା ପାଇଁ ଶନିବାର ସୁପ୍ରିମକୋର୍ଟରେ ଏକ ଯାଚିକା ଦାଏର କରିଛନ୍ତି ଜମ୍ମୁ-କାଶ୍ମୀରର ପ୍ରମୁଖ ଦୈନିକ ଖବର କାଗଜର ସମ୍ପାଦକ ।

ଫାଇଲ ଫଟୋ

By

Published : Aug 11, 2019, 11:18 PM IST

ଶ୍ରୀନଗର: କାମରେ ବାଧା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜମ୍ମୁ-କାଶ୍ମୀରର ଜଣେ ସାମ୍ବାଦିକା । ଘାଟିରୁ ଅନୁଚ୍ଛେଦ 370 ଉଚ୍ଛେଦ ପରେ ବିଶେଷ ପ୍ରଭାବିତ ହୋଇଛନ୍ତି ସେଠାକାର ସମ୍ବାଦିକ । ତେବେ ଏହି ପ୍ରତିବନ୍ଧକ ହଟାଇବା ପାଇଁ ଶନିବାର ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ପ୍ରମୁଖ ଦୈନିକ ଖବର କାଗଜର ସମ୍ପାଦକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜମ୍ମୁ କାଶ୍ମୀରରେ ମୋବାଇଲ, ଇଣ୍ଟରନେଟ ଏବଂ ଲ୍ୟାଣ୍ଡଲାଇନ ସେବା ସହିତ ସଞ୍ଚାର ସେବା କୋହଳ କରିବା ନେଇ ସମ୍ପାଦିକା ଅନୁରାଧା ୱାସିନ ଯାଚିକାରେ ଉଲ୍ଲେକ କରିଛନ୍ତି । ଏହା ସହିତ କାଶ୍ମୀର ଏବଂ ଜମ୍ମୁର କିଛି ଜିଲ୍ଲାରେ ସମ୍ବାଦଦାତା ଏବଂ ଗଣମାଧ୍ୟମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ କେନ୍ଦ୍ର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି ସେ ।

ତେବେ ଏନେଇ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅନୁରାଧା କହିଛନ୍ତି, ଖବରକାଗଜ ପୂର୍ବରୁ ମଧ୍ୟ ବନ୍ଦ ହୋଇଛି । ଏଭଳି ପରିସ୍ଥିତି ଆଗରୁ ମଧ୍ୟ ସାମ୍ନା କରିଛନ୍ତି ସେ । କିନ୍ତୁ ଚଳିତ ଥର ଜମ୍ମୁ-କାଶ୍ମୀରର ଆଞ୍ଚଳିକ ଖବର କାଗଜକୁ ସମ୍ପୁର୍ଣ୍ଣ ଭାବରେ ପଙ୍ଗୁ କରିଦିଆଯାଇଛି । ଜମ୍ମୁରେ ସ୍ଥିତି ସ୍ବଭାବିକ ଥିଲେ ସୁଦ୍ଧା କାଶ୍ମୀର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଖବର ଆଣିବା କଷ୍ଟକର ସାବ୍ୟସ୍ତ ହେଉଥିବା ସେ କହିଛନ୍ତି । ଲୋକଙ୍କ ସ୍ବର ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଗଣମାଧ୍ୟମର କର୍ତ୍ତବ୍ୟ ହୋଇଥାଏ । କିନ୍ତୁ ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ସାଧାରଣ ଜନତା ଏବଂ ଗଣମାଧ୍ୟମ ମଧ୍ୟରେ ଏକ ପାଚେରି ସୃଷ୍ଟି ହୋଇଯାଇଛି ବୋଲି ଅନୁରାଧା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସେଠାରେ ଧାରା 144 ଲାଗୁ କରାଯାଇଥିଲା। ଏହା ସହିତ ସୃରକ୍ଷା ଦୃଷ୍ଟିରୁ ମୋବାଇଲ ଇଣ୍ଟରନେଟ ଏବଂ ଲ୍ୟାଣ୍ଡଲାଇନ ସେବା ସହିତ ସଞ୍ଚାର ସେବା ବନ୍ଦ କରିଦିଆଯାଇଥିଲା । ଏପରିକି କାଶ୍ମୀର ଏବଂ ଜମ୍ମୁର କିଛି ଜିଲ୍ଲାରେ ସମ୍ବାଦଦାତା ଏବଂ ଗଣମାଧ୍ୟମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା ।

ABOUT THE AUTHOR

...view details