ଓଡିଶା

odisha

By

Published : Jun 7, 2020, 3:31 PM IST

Updated : Jun 7, 2020, 4:48 PM IST

ETV Bharat / bharat

ସୋପିଆନରେ ଏନକାଉଣ୍ଟର, 3 ଆତଙ୍କୀ ନିହତ

ରବିବାର ସକାଳୁ ଜମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଦ୍ବାରା 3 ଆତଙ୍କବାଦୀ ନିହତ ହୋଇଛନ୍ତି।

Jammu-kashmir gunfight
ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କୀ ନିହତ

ଜମ୍ମୁ: ରବିବାର ସକାଳୁ ଜମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଗୁଳିରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି 3-4 ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳୁଛି । ରବିବାର ସକାଳୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନକାଉଣ୍ଟର ହୋଇଛି ।

ପ୍ରାରମ୍ଭିକ ଗୁଳି ବିନିମୟ ପରେ ରେବାନ୍ ଗାଁରେ ଗୁଳି ବିନିମୟ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ତେବେ ତାହା ପୁଣି ଥରେ ଆରମ୍ଭ ହୋଇଛି। ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ।

ପ୍ରକାଶଥାଉକି, ହିଜବୁଲ ଆତଙ୍କବାଦୀଙ୍କ ଏକ ବଡ ଦଳ ସୁରକ୍ଷାକର୍ମୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଏକ ଘରେ ଲୁଚି ରହିଛନ୍ତି। ସୂଚନାନୁସାରେ, 5-6 ହିଜବୁଲ ଆତଙ୍କବାଦୀ ଘରେ ଲୁଚି ରହିଥିଲେ। ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି ଓ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

ପୋଲିସ, ସେନା, ରାଷ୍ଟ୍ରୀୟ ରାଇଫଲ୍ ଓ CRPF ମିଳିତ ଅପରେସନ୍ ଆରମ୍ଭ କରି ରେବେନ୍ ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ କରୁଛି ।

Last Updated : Jun 7, 2020, 4:48 PM IST

ABOUT THE AUTHOR

...view details