ଓଡିଶା

odisha

ଡୋଡାରେ ସଡକ ଦୁର୍ଘଟଣା, 16 ମୃତ

ଜମ୍ମୁ-କାଶ୍ମୀରର ଡୋଡାରେ ଲୋକଙ୍କୁ ନେଉଥିବା ଏକ ଯାତ୍ରୀବାହୀ ଗାଡି ଖାଇକୁ ଖସିବା ଫଳରେ  16 ଜଣଙ୍କର ମୃତ୍ୟୁ ଘଟିଛି।

By

Published : Nov 12, 2019, 5:34 PM IST

Published : Nov 12, 2019, 5:34 PM IST

Updated : Nov 12, 2019, 7:34 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଡୋଡାରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଗାଡି ଅନିୟନ୍ତ୍ରୀତ ହୋଇ ଖାଇକୁ ଖସିପଡିବା ଫଳରେ 16 ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ଗାଡି 17 ଜଣ ଯାତ୍ରୀଙ୍କୁ ନେଇ ଡୋଡା ଜିଲ୍ଲାର ବଟୋତେ- କିସ୍ତୱାର ଜାତୀୟ ରାଜପଥ ଦେଇ ଆସୁଥିଲା। କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଗାଡିଟି ଅନିୟନ୍ତ୍ରିତ ହୋଇ ୫୦୦ ଫୁଟ ତଳକୁ ଖସିପଡ଼ିଥିଲା।

ଭିଡିଓ ସୌଜନ୍ୟ: ଇଟିଭି ଭାରତ
Last Updated : Nov 12, 2019, 7:34 PM IST

ABOUT THE AUTHOR

...view details