ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭାରୀତୀୟ ଜନତା ପାର୍ଟିରୁ ଦଳୀୟ ନେତାଙ୍କ ଇସ୍ତଫା ଧାରା ଜାରି ରହିଛି । ଆଜି ପୁଣି ଥରେ ଦଳର 4 ନେତା ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ନେତା ଦଳ ଛାଡିଛନ୍ତି । ତେବେ ନେତାଙ୍କ ଇସ୍ତଫା ସେତେବେଳେ ଆସୁଛି ଯେତେବେଳେ ଜଣେ ପରେ ଜଣେ ନେତାଙ୍କୁ ଆତଙ୍କବାଦୀ ହତ୍ୟା କରୁଛନ୍ତି ।
ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲାରେ ଆଜି ଆତଙ୍କବାଦୀ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ଅନ୍ଯ ନେତା ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଆତଙ୍କବାଦୀ ବିଜେପି କାର୍ଯ୍ୟକର୍ତ୍ତା ଅବଦ୍ଦୁଲ ହମିଦ ନଜରଙ୍କୁ ହତ୍ୟା କରିଛନ୍ତି । ଗତ କିଛି ମାସ ଧରି ଜମ୍ମୁ ଓ ଘାଟି ଅଞ୍ଚଳରେ ସୁଯୋଗ ଦେଖି ଆତଙ୍କବାଦୀ ବିଜେପି ନେତାଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି । ଅଗଷ୍ଟ 6 ରେ କୁଲଗାମ ଜିଲ୍ଲାର କାଜିଗୁଣ୍ଡ ବ୍ଲକର ବେସୁ ଗ୍ରାମ ପଞ୍ଚାୟତର ସରପଞ୍ଚ ସଜାଦ ଅହମ୍ମଦଙ୍କୁ ହତ୍ୟା କରିଥିଲେ ।