ଓଡିଶା

odisha

ETV Bharat / bharat

ସତ୍ୟପାଲଙ୍କୁ ଗୋଆ, ପି. ଶ୍ରୀଧରନଙ୍କୁ ମିଜୋରାମ ରାଜ୍ୟପାଳ ଦାୟିତ୍ୱ - radha krishna mathur has been appointed as lieutenant governor of ladakh

2018 ଅଗଷ୍ଟରେ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଶପଥ ନେଇଥିଲେ ସତ୍ୟପାଲ ମଲ୍ଲିକ। ତାପୂର୍ବରୁ ସେ ବିହାର ଦାୟିତ୍ୱରେ ଥିଲେ। ଏବେ ପୁଣି ତାଙ୍କୁ ବଦଳି କରାଯାଇ ଗୋଆ ଦାୟିତ୍ବ ପ୍ରଦାନ କରାଯାଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 26, 2019, 10:45 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ବଦଳି କରି ଗୋଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ଗୋଆର ରାଜ୍ୟପାଳ ଥିବା ମୃଦୃଳା ସିହ୍ନାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ସେ। ଅଗଷ୍ଟ ମାସରୁ କାର୍ଯ୍ୟକାଳ ସରିଥିବାବେଳେ ଏହାର ଅବଧିରେ ବୃଦ୍ଧି କରି ଚଳାଉଥିଲେ କାର୍ଯ୍ଯଭାର ।

ସେହିପରି ସତ୍ୟପାଲଙ୍କ ସ୍ଥାନରେ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ। ଅକ୍ଟୋବର 31ରେ ଶପଥ ଗ୍ରହଣ କରିବେ ସେ । 19985 ବ୍ୟାଚର ଗୁଜୁରାଟ କ୍ୟାଡର ଆଇଏଏସ ହେଉଛନ୍ତି 59 ବର୍ଷୀୟ ଗିରିଶ ଚନ୍ଦ୍ର ମୁର୍ମୁ । ସେ ବର୍ତ୍ତମାନ ଗୁଜୁରାଟର ଅର୍ଥ ସଚିବ ଅଛନ୍ତି । ଆସନ୍ତା ନଭେମ୍ବର 30ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହା ବ୍ୟତୀତ ଲଦାଖର ପ୍ରଥମ-ରାଜ୍ୟପାଳ ହବେ ରାଧାକୃଷ୍ଣ ମାଥୁର । ସେ ପ୍ରତିରକ୍ଷା ସଚିବ ଭାବେ ନିଜ ଦାୟିତ୍ନ ନିର୍ବାହ କରି ସାରିଛନ୍ତି।1977 ବ୍ୟାଚର ଆଇଏସ ମାଥୁର ଗତ ବର୍ଷ ମୁଖ୍ୟ ସୂଚନା ଆୟୁକ୍ତ ପଦରୁ ଅବସରଗ୍ରହଣ କରିଛନ୍ତି।

ସେହିପରି ପି. ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀଧରନ କେରଳ ରାଜ୍ୟ ବିଜେପି ଶାଖାର ଅଧ୍ୟକ୍ଷ ରହିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅକ୍ଟୋବର 31 ତାରିଖରୁ ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ମୋଦି ସରକାର କ୍ଷମତାସୀନ ହେବା ପରେ ଗତ ଅଗଷ୍ଟ 5 ତାରିଖରେ ଅବିଭକ୍ତ ଜମ୍ମୁ କଶ୍ମୀରକୁ ବିଭାଜିତ କରିବା ସହ, ଏହି ରାଜ୍ଯ ପାଇଁ ଲାଗୁ ହୋଇଥିବା 370 ଧାରାକୁ ହଟାଇଥିଲେ।

ABOUT THE AUTHOR

...view details