ଶ୍ରୀନଗର: ରିଭର ରାଫ୍ଟିଂ ସମୟରେ ଡଙ୍ଗା ବୁଡି 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଘଟିଛି ଏଭଳି ଅଘଟଣ । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରାଫ୍ଟିଂ ବେଳେ ଓଲଟିଲା ଡଙ୍ଗା, 2 ପର୍ଯ୍ୟଟକ ମୃତ - pahalgam
ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ରିଭର ରାଫ୍ଟିଂ ସମୟରେ ଡଙ୍ଗା ବୁଡି 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ସୂଚନା ମୁତାବକ, 6 ଜଣ ପର୍ଯ୍ୟଟକ ମଙ୍ଗଳବାର ସୈଲାନୀ ନଦୀରେ ରାଫ୍ଟିଂ କରୁଥିଲେ । ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡିଥିଲା । ତେବେ ସେମାନଙ୍କୁ ବୁଡୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସୋମାନଙ୍କ ମଧ୍ୟରୁ 2 ଜଣ ନିଖୋଜ ହୋଇଯାଇଥିଲେ ପରେ ସେମାନଙ୍କ ମୃତଦେହ ମିଳିଥିଲା ।
ମୃତକଙ୍କୁ 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଘୋଷଣା କରିଛନ୍ତି ।