ଓଡିଶା

odisha

ETV Bharat / bharat

କୋରୋନା ଭାଇରସ: ଜମ୍ମୁ କାଶ୍ମୀରରେ ଦୁଇଟି ରିପୋର୍ଟ ପଜେଟିଭ - ଜମ୍ମୁ କାଶ୍ମୀରରେ ଦୁଇଟି ପଜେଟିଭ ସାମ୍ପଲ

ଶନିବାର ପଞ୍ଜାବରେ କୋରୋନା ଭାଇରସ ଆକ୍ରାନ୍ତ ପଜେଟିଭି ଥିବା ସାମ୍ନାକୁ ଆସିଛି | ସେହିପରି ଜମ୍ମୁରେ କୋରୋନା ଭାଇରସର ମଧ୍ୟ ଦୁଇଟି ସନ୍ଦିଗ୍ଧ ରିପୋର୍ଟ ଆସିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 7, 2020, 12:27 PM IST

ନୂଆଦିଲ୍ଲୀ: ଶନିବାର ପଞ୍ଜାବରେ କୋରୋନା ଭାଇରସ ଆକ୍ରାନ୍ତ ପଜେଟିଭି ସାମ୍ନାକୁ ଆସିଛି | ସେହିପରି ଜମ୍ମୁରେ କୋରୋନା ଭାଇରସର ମଧ୍ୟ ଦୁଇଟି ସନ୍ଦିଗ୍ଧ ରିପୋର୍ଟ ଆସିଛି । ଏହାସହ ଏହି ଦୁଇ ସନ୍ଦିଗ୍ଧ ରିପୋର୍ଟ ପଜେଟିଭ ରହିଛି । ଆକ୍ରାନ୍ତ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି ।

ପଞ୍ଜାବରେ କୋରୋନାଭାଇରସ ଆକ୍ରାନ୍ତ ପଜେଟିଭି ମାମଲା ସାମ୍ନାକୁ

ପଞ୍ଜାବରେ କୋରୋନା ଭାଇରସ ଆକ୍ରାନ୍ତ ଦମ୍ପତ୍ତି ଇଟାଲୀରୁ ଫେରିଛନ୍ତି । ପରେ ସେମାନଙ୍କ ଠାରେ କୋରୋନା ସଂକ୍ରମଣ ରିପୋର୍ଟ ଆସିଛି ।

କରୋନା ଭାଇରସ୍ ଭୟ ବଢୁଥିବାରୁ ବଜାରରେ ମାସ୍କ ଏବଂ ସାନିଟାଇଜରର ଅଭାବ ଏବଂ ଏହାକୁ ସାଧାରଣ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଖବର ଆସିଥିଲା ପରେ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଫେସ୍ ମାସ୍କ ପାଇଁ ବର୍ଦ୍ଧିତ ମୂଲ୍ୟ ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, କେନ୍ଦ୍ରୀୟ ମନ୍ତ୍ରୀ ତଥା ସଂପୃକ୍ତ ସଂଗଠନର ପ୍ରତିନିଧୀଙ୍କ ସହ ବୈଠକ କରିଥିଲେ ଏବଂ ଭାଇରସ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସ୍ବାସ୍ଥ୍ୟ ସଚିବ ଏବଂ ମନ୍ତ୍ରୀଙ୍କ ଗୋଷ୍ଠୀ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 31 ଟି ସଂକ୍ରମଣ ରିପୋର୍ଟ ରହିଥିବା ବେଳେ ପ୍ରାୟ 29,000 ଲୋକଙ୍କୁ ନଜରରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details