ଓଡିଶା

odisha

ETV Bharat / bharat

400 ମିଟର ଖାଇରେ ଖସିଲା ଟ୍ରକ, ଡ୍ରାଇଭରଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାର 400 ମିଟର ଗଭୀର ଖାଇରେ ଖସିଲା ଟ୍ରକ । ଘଟଣାସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ । ଟ୍ରକଟି ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲା ।

By

Published : Feb 22, 2020, 11:25 PM IST

jammu-and-kashmir-truck-accident-driver-death
400 ମିଟର ଖାଇରେ ଖସିଲା ଟ୍ରକ, ଡ୍ରାଇଭରଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାରେ 400 ମିଟର ଗଭୀର ଖାଇରେ ଖସିଲା ଟ୍ରକ । ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ ସୂଚନା ଅନୁସାରେ ମୃତକ ଡ୍ରାଇଭର ଜଣଙ୍କ ହେଉଛନ୍ତି ଜଗଦୀଶ କୁମାର । ସେ ଉଦ୍ଦମପୁର ଜିଲ୍ଲାର ରାମନଗରରେ ରହୁଥିବା ସୂଚନା । ଜମ୍ମୁରୁ ଶ୍ରୀନଗର ଯାଉଥିବା ସମ୍ପୃକ୍ତ ଟ୍ରକଟିରେ ୱାସିଙ୍ଗ ମେସିନ, ଫ୍ରିଜ ନିଆଯାଉଥିଲା । ବନିହାଲରୁ ଚମଲବାସ ଯିବା ରାସ୍ତାରେ ଏକ 400ଫୁଟ ଗଭୀର ଖାଇରେ ଭାରସାମ୍ୟ ହରାଇ ଟ୍ରକଟି ଖସିଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚିଥିଲା । କିନ୍ତୁ ଗାଡି ଚାଳକଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।

ABOUT THE AUTHOR

...view details