ଶ୍ରୀନଗର: ନିର୍ବାଚନକୁ ନେଇ ପୁଣିଥରେ ଅଶାନ୍ତ ହେଲା ଜମ୍ମୁ କଶ୍ମୀର । ତ୍ରାଲ ଅଞ୍ଚଳରେ ଥିବା ନ୍ୟାଶନାଲ କନଫରେନ୍ସ (ଏନସି) ନେତାଙ୍କ ଘରକୁ ଗ୍ରେନେଡ ମାଡ କଲେ ଆତଙ୍କବାଦୀ । ତେବେ ସୌଭାଗ୍ୟବଶତଃ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଏନସି ନେତା ମହମ୍ମଦ ଅଶରଫ ବଟ । ଗ୍ରେନେଡଟି ତାଙ୍କ ଘର ବାହାରେ ହିଁ ବିସ୍ଫୋରଣ ହୋଇଛି ।
ନିର୍ବାଚନ ତାତି: ଏନସି ନେତାଙ୍କ ଘରକୁ ଗ୍ରେନେଡ ମାଡ - NC leader
ପୁଣି ଜଣେ ଏନସି ନେତାଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ । ଜମ୍ମୁ କଶ୍ମୀର ତ୍ରାଲରେ ନେତାଙ୍କ ଘରକୁ ଗ୍ରେନେଡ ମାଡ କଲେ ଆତଙ୍କୀ ।

ଫାଇଲ ଫଟୋ
ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଗତବର୍ଷ ମେରେ ମଧ୍ୟ ଆତଙ୍କୀ ବଟ୍ଟଙ୍କ ଘର ଉଡାଇ ଦେବା ପାଇଁ ଉଦ୍ୟମ କରିଥିଲେ । ଗତ 2014ରେ ଏନସି ଟିକେଟରେ ତ୍ରାଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ଅଶରଫ । ସେହିପରି ତାଙ୍କ ପିତା ମହମ୍ମଦ ସୁଭାନ ବଟ ଓ ଦୁଇ ଭାଇ ମଧ୍ୟ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଆଉ ପିତା ସୁଭାନ ବଟ ତ୍ରାଲର ବିଧାୟକ ରହି ସାରିଛନ୍ତି ।
ଗତ 11ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ସରିଥିବାବେଳେ ଆହୁରି 4ଟି ପର୍ଯ୍ୟାୟରେ ମତଦାନ ହେବା ବାକି ରହିଛି ।