ଓଡିଶା

odisha

ETV Bharat / bharat

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଡାଲହ୍ରଦ ନିକଟସ୍ଥ 16 ଭ୍ୟୁ ପଏଣ୍ଟ - srinagar

ଜାମ୍ମୁ-କାଶ୍ମୀର ଡାଲ ହ୍ରଦ ନିକଟରେ ନିର୍ମାଣ ହେବ ଆଉ 16ଟି ଭ୍ୟୁ ପଏଣ୍ଟ । ପର୍ଯ୍ୟଟକଙ୍କ ଅଧିକ ପରିମାଣରେ ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ଡିଜାଇନ ଫଟୋ

By

Published : May 9, 2019, 11:01 AM IST

ଶ୍ରୀନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଜାମ୍ମୁ-କାଶ୍ମୀରର ଡାଲ ହ୍ରଦ ନିକଟରେ ନିର୍ମାଣ ହେବ ଆଉ 16ଟି ଭ୍ୟୁ ପଏଣ୍ଟ । ଏନେଇ ସୂଚନା ଦେଇଛନ୍ତି କାଶ୍ମୀର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏନ ଏ ୱାନି । ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବା ଲାଗି ଶୀଘ୍ର ଆଧୁନିକ ଓ ପୌରାଣିକ ଢାଞ୍ଚାରେ ନୂଆ ଘାଟ ତିଆରି ହେବା ନେଇ ଜଣାପଡିଛି ।

ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ଓ ଡାଲ ହ୍ରଦ ନିକଟରେ ଥିବା ପ୍ରସିଦ୍ଧ ଚାର ଚିନାରି ଦ୍ବୀପର ପୁନଃଉଦ୍ଧାର କରିବା ନେଇ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ଏହାସହ ଚାର ଚିନାରି ଦ୍ବୀପ ନିକଟରେ ବୃକ୍ଷରୋପଣ ନେଇ ମଧ୍ୟ ଲକ୍ଷ ରଖାଯାଇଛି । କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ।

ଡାଲ ହ୍ରଦ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ଏଠାରେ ଅନେକ ବଲିଉଡ ଫିଲ୍ମ ମଧ୍ୟ ସୁଟିଂ ହୋଇଛି । ନିଜ ସଂସ୍କୃତି ଓ ପରମ୍ପରା ପାଇଁ ସାରା ଦେଶରେ ପ୍ରସିଦ୍ଧ କାଶ୍ମୀରକୁ କାହିଁ କେତେ ବର୍ଷରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ ।

For All Latest Updates

ABOUT THE AUTHOR

...view details