ଶ୍ରୀନଗର: କୋରୋନାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏନେଇ ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେଠାରେ ସମ୍ଭାବ୍ୟ କୋରୋନା ଆତଙ୍କ ଦେଖାଯାଇଥିବା ବେଳେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଭୁପିନ୍ଦର କୁମାର ସୂଚନା ଦେଇଛନ୍ତି । ବୋର୍ଡ ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ଗୁଡିକ ପୂର୍ବ ନିର୍ଦ୍ଧାରିତ ଅନୁସାରେ କରାଯିବ ।
ସେହିପରି ଜମ୍ମୁ ଡିଭିଜନର 10 ଜିଲ୍ଲାର ସିନେମାହଲ ଗୁଡିକୁ ମଧ୍ୟ 31 ମାର୍ଚ୍ଚ ପର୍ଯ୍ଯନ୍ତ ବନ୍ଦ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।