ଓଡିଶା

odisha

ETV Bharat / bharat

ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 94 ହଜାରରୁ ଅଧିକ ନାଗରିକ

26 ହଜାର 797 ଜଣ ନାଗରିକ 33ଟି ରାଜଧାନୀ ଓ ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି । ବନ୍ଦେ ଭାରତ ମିଶନ ଅଧୀନରେ 4ଟି ବିମାନ ଦ୍ବାରା ଆସିଛନ୍ତି 652 ଯାତ୍ରୀ । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 94 ହଜାରରୁ ଅଧିକ ନାଗରିକ
ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 94 ହଜାରରୁ ଅଧିକ ନାଗରିକ

By

Published : May 26, 2020, 10:57 PM IST

ଶ୍ରୀନଗର: ଲକଡାଉନରେ ଦେଶ ଭିତରେ ବିଭିନ୍ନ ରାଜ୍ୟ ସହ ବିଦେଶରେ ମଧ୍ୟ ଫସିଯାଇଥିଲେ ଅନେକ ଭାରତୀୟ ନାଗରିକ । ଦେଶ ଭିତରେ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରିବା ପାଇଁ ସରକାର ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ । ସେହିପରି ବିଦେଶରୁ ବନ୍ଦେ ଭାରତ ମିଶନ ଅଧୀନରେ ଫେରୁଛନ୍ତି ଅନେକ ଭାରତୀୟ ।

ତେବେ ଏହି ଅବସରରେ ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି ପ୍ରାୟ 94 ହଜାରରୁ ଅଧିକ ବାସିନ୍ଦା । ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ୟମରେ ସମସ୍ତ ଜମ୍ମୁ ଓ କାଶ୍ମୀର ନାଗରିକଙ୍କୁ ଫେରାଇ ଅଣାଯାଇଛି । ବାଂଲାଦେଶରେ ଫସିଥିବା ଅନେକ ଛାତ୍ରଙ୍କୁ ମଧ୍ୟ ବିମାନ ଓ ବସ ଦ୍ବାରା ଅଣାଯାଇଛି ।

ଜମ୍ମୁ ଓ କାଶ୍ମୀର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । 67 ହଜାର 172 ଲୋକଙ୍କୁ ଲଖନପୁର ଦେଇ ଫେରାଇ ଅଣାଯାଇଛି । ସେହିପରି 26 ହଜାର 797 ଜଣ ନାଗରିକ 33ଟି ରାଜଧାନୀ ଓ ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଛନ୍ତି । ବନ୍ଦେ ଭାରତ ମିଶନ ଅଧୀନରେ 4ଟି ବିମାନ ଦ୍ବାରା ଆସିଛନ୍ତି 652 ଯାତ୍ରୀ । ସମସ୍ତଙ୍କୁ ଆଣିବା ପରେ ବାଧ୍ୟତାମୂଳକ 14 ଦିନିଆ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇ ଟେଷ୍ଟ କରିବା ପରେ ଘରକୁ ପଠାଯାଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details