ଓଡିଶା

odisha

ସୀମାରେ ପୁଣି ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଭାରତୀୟ ସେନାର କଡା ଜବାବ

By

Published : Dec 21, 2019, 11:13 AM IST

ଜମ୍ମୁ କଶ୍ମୀରର ତଙ୍ଗଧାର ଓ କଞ୍ଜାଲୱାନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ । ପାକିସ୍ତାନର 2 ଜଣ ଯବାନ ନିହତ । ଅଧିକ ପଢନ୍ତୁ...

Jammu and kashmir
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାରେ ପୁଣି ପାକିସ୍ତାନ ତାର ବଦମାସୀ ଦେଖାଇଛି । ଶୁକ୍ରବାର ସୀମାରେ ପାକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଯାହାର କଡା ଜବାବ ଦେଇଛି ଭାରତୀୟ ସେନା। ଯେଉଁଥିରେ ପାକିସ୍ତାନର 2 ଜଣ ଯବାନ ନିହତ ହୋଇଛନ୍ତି । ଆଉ ଏକ ଚେକପୋଷ୍ଟ ମଧ୍ୟ ଧ୍ବଂସ ହୋଇଥିବା ଜଣାପଡିଛି ।

ସୂଚନାମୁତାବକ, ପାକିସ୍ତାନ ଚେକପୋଷ୍ଟକୁ ନଷ୍ଟ କରିବା ନେଇ ଟାର୍ଗେଟ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରର ତଙ୍ଗଧାର ଓ କଞ୍ଜାଲଓ୍ବାନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । କିନ୍ତୁ ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ତେବେ ଅନୁଚ୍ଛେଦ 370 ହଟିବା ପରଠାରୁ ଆହୁରି ଆଶାନ୍ତ ହୋଇପଡିଛି ସୀମା । ଯାହାକୁ ନେଇ ବାରମ୍ବାର ପାକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ଯବାନଙ୍କୁ ଟାର୍ଗେଟ କରିବା ସହ ସୀମାରେ ରହୁଥିବା ଲୋକଙ୍କୁ ମଧ୍ୟ ବହୁ ହଇରାଣ କରୁଛନ୍ତି । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଦେଢ ଗୁଣ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ ।

ABOUT THE AUTHOR

...view details