ଶ୍ରୀନଗର: ଡିଡିସି ନିର୍ବାଚନ ମଧ୍ୟରେ ଜମ୍ମୁ କାଶ୍ମୀରର ଗଣ୍ଡରବାଲରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ 3 ସିଆରପିଏଫ ଯବାନ ଆହତ ହୋଇଛନ୍ତି ।
ସମସ୍ତ ଆହତ ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଉଛି । ଗଣ୍ଡରବାଲର ଦୁଦ୍ଦରହାମ ଅଞ୍ଚଳରେ ସିଆରପିଏଫ ପାଟ୍ରୋଲିଂ ପାର୍ଟି ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ ଆତଙ୍କବାଦୀ ।