ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ମାମଲା ଅଯୋଧ୍ୟା ଜମି ବିବାଦର ରାୟ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶ ପାଇଛି । ଏ ମାମଲାର ପୁନଃବିଚାର ପାଇଁ ଜମିୟତ୍-ଉଲେମା-ଏ-ହିନ୍ଦ ପକ୍ଷରୁ ଯାଚିକା ଦାଖଲ କରାଯାଇଛି । ସୋମବାର 217 ପୃଷ୍ଠା ବିଶିଷ୍ଟ ଏହି ଯାଚିକାକୁ ଦାଖଲ କରିଛନ୍ତି ଏହି ସଙ୍ଗଠନ ସହ ଜଡିତ ମୌଲନା ଅଶଦ ରଶୀଦ ।
ବିବାଦୀୟ ଜମିରେ ନମାଜ ପାଠ ପଢାଯାଉଥିବା କଥା ଉଚ୍ଚ ନ୍ୟାୟାଳୟ ସ୍ବୀକାର କରିଥିଲେ ମଧ୍ୟ ମୁସଲମାନଙ୍କୁ ବିବାଦୀୟ ଜମିରୁ ବହିଷ୍କୃତ କରିବା ଓ 1949 ମସିହାରେ ଅବୈଧ ଭାବେ ହିନ୍ଦୁ ମୂର୍ତ୍ତି ସ୍ଥାପନା କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କଥା ଯାଚିକାରେ ଉଲ୍ଲେଖ କରାଯାଇଛି ।