ଓଡିଶା

odisha

ETV Bharat / bharat

ରାସ୍ତାରେ ପାଠ ପଢି ଜାମିୟା ଛାତ୍ରଙ୍କ ପ୍ରତିବାଦ - ଜାମିୟା ଛାତ୍ରଙ୍କ ପ୍ରତିବାଦ

ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଅଭିନବ ପ୍ରତିବାଦ । ରାସ୍ତାରେ ପାଠ ପଢି କଲେ ବିରୋଧ ପ୍ରଦର୍ଶନ।

jamia protest
ରାସ୍ତାରେ ପାଠ ପଢି ଜାମିୟା ଛାତ୍ରଙ୍କ ପ୍ରତିବାଦ

By

Published : Jan 15, 2020, 3:11 PM IST

ନୂଆଦିଲ୍ଲୀ: ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଅଭିନବ ପ୍ରତିବାଦ । ରାସ୍ତାରେ ପାଠ ପଢି କଲେ ବିରୋଧ ପ୍ରଦର୍ଶନ। ଡିସେମ୍ବର 15 ତାରିଖରେ ବିଶ୍ବବିଦ୍ୟାଳୟର ପଶି ଛାତ୍ରଙ୍କୁ ମାଡ ମାରିବା ସହ ଲାଇବ୍ରେରୀରେ ପଶି ଭଙ୍ଗାରୁଜା କରିଥିବା ଦର୍ଶାଇ ଏପରି ନିଆରା ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ରାସ୍ତାରେ ପାଠପଢିବା ସହ ‘ରୋଡ ଫର ରିଭୋଲ୍ୟୁସନ’ ନାମ ଦେଇ ରାସ୍ତାରେ ହିଁ ଲାଇବ୍ରେରୀ ଆରମ୍ଭ କରିଛନ୍ତି ।

ସେହିପରି ଡିସେମ୍ବର 15 ତାରିଖର ଘଟଣା ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗଭୀର ପ୍ରଭାବ ପକାଇଥିବା ଛାତ୍ରଛାତ୍ରୀ ଦର୍ଶାଇଛନ୍ତି । ଏହାସହ ଲାଇବ୍ରେରୀ ଭାଙ୍ଗିଯାଇଥିବାରୁ ପ୍ରତ୍ୟେକ ପିଲା ନିଜ ବହି ଧରି ରାସ୍ତାରେ ପାଠ ପଢୁଥିବା କହିଛନ୍ତି ।

ସୂଚନାଥାଉକି, ଡିସେମ୍ବର 15 ତାରିଖରେ ସିଏଏକୁ ନେଇ ପ୍ରତିବାଦ ସମୟରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କିଛି ଅଣ ଛାତ୍ର ବିଶ୍ବବିଦ୍ୟାଳୟ ପରିସରରେ ରହି ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହାର ଜବାବରେ ପୋଲିସ ବିଶ୍ବବିଦ୍ୟାଳୟକୁ ପଶି ଲାଠିଚାର୍ଜ କରିଥିଲା ।

ABOUT THE AUTHOR

...view details